କୋଟଗଡ଼ ବ୍ଲକରେ ମନରେଗା ଯୋଜନାର ସଫଳ ରୁପାନ୍ତରୀତ

ଫୁଲବାଣୀ- ୧୮ .୦୧.୨୦୨୨ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ ବ୍ଲକ ଅଞ୍ଚଳରେ ବ୍ଲକ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗତ ୨୦୨୦/୨୧ ଆର୍ଥୀକ ବର୍ଷରେ ବିଭିନ୍ନ ପ୍ରକଳ୍ପମାନ ନିର୍ମାଣ କରାଯାଇ ସଫଳତା ହାସଲ କରିଛି । କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତରେ ୨୦୫ଗୋଟି ଭିନ୍ନଭିନ୍ନ ପ୍ରକଳ୍ପମାନ କରାଯାଇଥିବା ଜଣାପଡିଛି । ଧରାକୋଟ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୨୧ଟି ପ୍ରକଳ୍ପ ନିର୍ମାଣ କରାଯାଇଥିବାବେଳେ ଦୁର୍ଗାପଙ୍ଗାରେ୬ଟି, ଗୁଗୁରୁ ମାହାରେ ୨୬, ଯୁବା ଗୁଡ଼ାରେ ୧୧,ଯୁଡାବାଲିରେ୬, କୋଟଗଡରେ ୨୦, ମାଦାଗୁଡ଼ାରେ ୨୦ , ମାରଲାଙ୍ଗ ୧୩,ଓ ରା ୧୪,ପକାରି ୧,ପାରିଗଡ ୧୪ରାଣିପାଙ୍ଗା ୮,ସାର୍ତୁଲ ୧୯,ଶ୍ରୀରାମପୁର ୮,ଓ ସୁବର୍ଣ୍ଣ ଗିରି ୧୮ ଏହିପରି ୨୦୫ ଆସେଟ କରାଯାଇଛି। ଫଳରେ ବ୍ଳକ ଅଞ୍ଚଳର ହଜାର ହଜାର ଲୋକ ବେଶ ଉପକୃତ ହୋଇପାରିଛନ୍ତି । ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଓ ସହକାରୀ ଯନ୍ତ୍ରୀ ଇଂରାଜେନ୍ଦ୍ର ସୋରେନ ସହ ଯନ୍ତ୍ରୀ ଇଂ ପ୍ରମୋଦ ନା ଏକ , ପିକେ ମହାପାତ୍ର, ବିଜୟ ପାତ୍ର, ବିଜୟ କିଶାନ ଓ ଅନ୍ୟମାନଙ୍କ ନିଷ୍ଠାପରଉଦ୍ୟମ ଆନ୍ତରିକତା ଯୋଗୁ ଏ ସବୁ ସମ୍ଭବ ହୋଇପାରିଥିବା ଜଣା ପଡିଛି । ସେହିପରି ଚଳିତ ୨୦୨୧-୨୨ବର୍ଷରେ ଅକ୍ଟୋବର ଶେଷ ସୁଧା ୧୮ଟି ପ୍ରକଳ୍ପ କାର୍ଯ୍ୟ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଧରାକୋଟ ପଞ୍ଚାୟତରେ୧.ଗୁଗ୍ରୁରୁ ମାହାରେ ୨,କୋଟଗଡ ରେ୧, ମାର୍ଲାଙ୍ଗ ୧. ଓସୁବର୍ଣ୍ଣଗିରି ପଞ୍ଚାୟତରେ ସର୍ବାଧିକ ୧୩ଟି ପ୍ରକଳ୍ପ କାର୍ଯ୍ୟ ସରିଛି । ଏ ସବୁ ପ୍ରକଳ୍ପ ବିଶେଷକରି ମରୁଡି ମୁକାବିଲା, ମାଇକ୍ରୋଇରି ଗେସନ, ଜମି ମରାମତି, ରାସ୍ତା ସଂଯୋଗି କରଣ, ବନୀକରଣ, ମୃତ୍ତିକା ସଂରକ୍ଷଣ, ରୁରାଲ ସାନିଟେସନ ପ୍ରକଳ୍ପ କରାଯାଇଛି । ଯେଉଁଥିରେ କି ହଜାର ହଜାରଗ୍ରାମବାସୀଙ୍କୁ ଜବକାର୍ଡ଼ ମାଧ୍ୟମରେ କାମ ଧନ୍ଦା ଯୋଗ।ଇ ଦିଆଯାଇ ପାରିଶ୍ରମିକ ପ୍ରଦାନ କରାଯାଇଛି। ଫଳରେ କାମଧନ୍ଦା ଅଭାବରୁ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା କମିଯାଇଛି । ଆଉ କେହି ରାଜ୍ୟ ବାହାରକୁ ଦାବନ ଖଟିବାକୁ ନ ଯାଇ ଗ୍ରାମରେ ବେଶ ହସଖୁସିରେ ପରିବାର ସହ ରହି ବା ଫଳରେ ସେମାନେ ଏବେ ଜିଲ୍ଲା ପ୍ରଶାସନ ଓ ନବୀନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.