ମୁମ୍ବାଇରେ ଦ୍ରୁତଗତିରେ ହ୍ରାସପାଉଛି କରୋନା! ୨୪ ଘଣ୍ଟାରେ ୫୯୫୬ ପଜିଟିଭ୍

ମୁମ୍ବାଇ, ଜାନୁଆରୀ ୧୮ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସୋମବାର ୫୯୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ରବିବାର ତୁଳନାରେ ୧୯୩୯ କମ୍‌। ମୁମ୍ବାଇରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୫ ହଜାର ୮୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୃହନମୁମ୍ବାଇ ମହାନଗର ପାଲିକା (ବିଏମସି) ସ୍ବାସ୍ଥ୍ୟ ବୁଲେଟିନରେ କହିଛି ଯେ, ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬ ହଜାର ୪୬୯କୁ ବୃଦ୍ଧି ପାଇଛି। ମୁମ୍ବାଇରେ ଏହା ପୂର୍ବରୁ ୨୦୨୧ ଜୁଲାଇରେ ଗୋଟିଏ ଦିନରେ ସର୍ବାଧକ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମୁମ୍ବାଇରେ ବାହାର ଲୋକଙ୍କୁ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ବାରଣ ହୋଇଛି। ଏହି କାରଣରୁ ମୁମ୍ବାଇ ମହାନଗର ପାଲିକା ମୁମ୍ବାଇରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋଗୀଙ୍କ ପଂଜୀକରଣ ବନ୍ଦ କରିଦେଇଛି। ବିଏମ୍‌ସି ଅନୁସାରେ ରୋଗୀ ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏଥି ପାଇଁ ଖୁବ ଶୀଘ୍ର ବ୍ୟବସ୍ଥା କରାଯାଉଛି।

Leave A Reply

Your email address will not be published.