ଭାରତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଟିମ୍‌: ଅଧିନାୟକଙ୍କ ସମେତ ୫ ଖେଳାଳି କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ଜାନୁଆରୀ ୨୦ : ୱେଷ୍ଟଇଣ୍ଡିଜ୍‌ରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଖେଳିବାକୁ ପହଞ୍ଚି ଥିବା ଭାରତୀୟ ଟିମ୍‌କୁ ବଡ଼ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ୟଶ ଢୁଲଙ୍କ ସମେତ ମୋଟ ୫ ଜଣ ଖେଳାଳି କରୋନା ପଜିଟିଭ ହୋଇଛନ୍ତି। ଟିମ୍‌ରେ ଏକକାଳୀନ ୫ ଜଣ ଖେଳାଳି କରୋନା ପଜିଟିଭ ହେବା ଦ୍ବାରା ଚିନ୍ତା ବଢ଼ିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ୟଶ ଢୁଲ ପଡ଼ିଆକୁ ଓହ୍ଲାଇ ନଥିଲେ। ଫଳରେ ନିଶାନ୍ତ ସିନ୍ଧୁଙ୍କୁ ଦାୟିତ୍ବ ନେବାକୁ ପଡ଼ିଥିଲା ଅଧିନାୟକ ୟଶ ଢୁଲ, ଉପଅଧିନାୟକ ଏସ୍‌କେ ରଶିଦ ସମେତ ୫ ଜଣ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି। ଏକକାଳୀନ ୫ ଜଣ ଖେଳାଳିଙ୍କୁ କରୋନା ହେବା ପରେ ଟିମ୍‌ ପରିଚାଳନା କରିବା ଅସହଜ ହୋଇପଡ଼ିଛି। ସମସ୍ତଙ୍କ ଉପରେ ନଜର ରଖାଯାଇଛି।

Leave A Reply

Your email address will not be published.