ସାଙ୍ଗ ସହ ମିଶି ଅଭିନେତ୍ରୀ ପତ୍ନୀଙ୍କୁ ହତ୍ୟା କଲା ପତି

ଢାକା, ଜାନୁଆରୀ ୨୦ : ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସ୍‌ଲାମ୍‌ ଶିମୁ ହତ୍ୟା ଘଟଣାରେ ପୋଲିସ ପତିକୁ ହିଁ ଗିରଫ କରିଛି। ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପତିର ବନ୍ଧୁ ମଧ୍ୟ ସହଯୋଗ କରିଥିଲା। ସବୁଠାରୁ ବଡ଼ କଥା ହେଲା ଯେ, ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ଏକ ପ୍ଲାଷ୍ଟିକ ଦଉଡି।  ବାଂଲାଦେଶର ନ୍ୟୁଜ ୱେବସାଇଟ୍‌ ‘ଦ ଡେଲି ଷ୍ଟାର’ ରିପୋର୍ଟ ଅନୁସାରେ ୪୫ ବର୍ଷୀୟ ଅଭିନେତ୍ରୀ ରାଇମା ଇସ୍‌ଲାମ ଶିମୁ ନିକଟରେ ନିଖୋଜ ହୋଇଯାଇଥିଲେ। ଗତ ମଙ୍ଗଳବାର ଦିନ ରାଇମାଙ୍କ ମୃତଦେହ ଢାକା ଠାରୁ କିଛି ଦୂରରେ ଅବସ୍ଥିତ ହଜରତପୁର ବ୍ରିଜ୍‌ ନିକଟ କେରାନୀଗଂଜ ଅଞ୍ଚଳରେ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ଏବାବ‌ଦରେ ପୋଲିସକୁ ସୂଚନା ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିଲା। ଏହା ପୂର୍ବରୁ ପୋଲିସ ଥାନାରେ ଅଭିନେତ୍ରୀଙ୍କ ନିଖୋଜ ନେଇ ଅଭିଯୋଗ ହୋଇଥିଲା। ପୋଲିସ ହତ୍ୟା ଅଭିଯୋଗରେ ଅଭିନେତ୍ରୀଙ୍କ ପତି ଓ ସହଯୋଗୀଙ୍କୁ ଗିରଫ କରିଛି। ପଚରାଉଚରାରେ ଜାଣିବାକୁ ପାଇଛି ଯେ, ପାରିବାରିକ କଳହ ଯୋଗୁଁ ଅଭିନେତ୍ରୀଙ୍କୁ ପତି ହତ୍ୟା କରିଥିଲା, ଯେଉଁଥିରେ କି ତାର ବନ୍ଧୁ ସହଯୋଗ କରିଥିଲା। ଗତ ୧୬ ତାରିଖ ସକାଳ ୭ରୁ ୮ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିଲା। 

Leave A Reply

Your email address will not be published.