୨୪ ଘଣ୍ଟା ଭିତରେ ବିଶ୍ବର ୯ଟି ଦେଶରେ ଲକ୍ଷାଧିକ କରୋନା ପଜିଟିଭ ଚିହ୍ନଟ

ୱାଶିଂଟନ୍‌/ବ୍ରିଟେନ୍‌, ଜାନୁଆରୀ ୨୦ : ବିଶ୍ବର ୯ଟି ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୯ଟି ଦେଶ ଗୁଡ଼ିକ ହେଉଛି- ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ, ଫ୍ରାନ୍ସ,, ଇଟାଲି, ସ୍ପେନ, ଜର୍ମାନୀ ଓ ଆର୍ଜେଣ୍ଟିନା। ଆମେରିକାରେ ଗୋଟିଏ ଦିନରେ ୫ ଲକ୍ଷ ୪୯ ହଜାର ୪୫୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୬୭ ହଜାର ୮୨୬ ଜଣ ସୁସ୍ଥ ହୋଇଥିଲା ବେଳେ ୧୮୯୦ ଜଣଙ୍କର ମୃତ୍ୟୁ ହୋଇଛି। ଏଯାଏଁ ୬ କୋଟି ୯୫ ଲକ୍ଷ ୨୮ ହଜାର ୯୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୩୭ ଲକ୍ଷ ୪୨୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୮୦ ହଜାର ୧୬୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୨ କୋଟି ୫୦ଲକ୍ଷ ୧ ହଜାର ୯୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୬ ହଜାର ୨୯୧ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ଭାରତରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିଲା ବେଳେ ବ୍ରାଜିଲରେ ୨ ଲକ୍ଷ ୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରିଟେନ୍‌ରେ ୧ ଲକ୍ଷ ୮ ହଜାର ୬୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବ ଲକ୍ଷ ୨୧ ହଜାର ୨୯୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୩୫୯ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ ଲକ୍ଷ ୩୬ ହଜାର ୧୬୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଇଟାଲିରେ ୧ ଲକ୍ଷ ୯୨ ହଜାର ୩୨୦ ଓ ଆର୍ଜେଣ୍ଟିନାରେ ୧ ଲକ୍ଷ ୨୮ ହଜାର ୩୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ପେନରେ ୧ଲକ୍ଷ ୫୭ ହଜାର ଓ ଜର୍ମାନୀରେ ୧ ଲକ୍ଷ ୨୧ ହଜାର ଲୋକ ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 

Leave A Reply

Your email address will not be published.