ପଂଜାବ ନିର୍ବାଚନରେ କଂଗ୍ରେସକୁ କେବଳ କଂଗ୍ରେସ ହରାଇ ପାରିବ

ନୂଆଦିଲ୍ଲୀ, ଜାନୁଆରୀ ୨୧ : ବିଧାନସଭା ନର୍ବାଚନକୁ ନେଇ ପଞ୍ଜାବରେ ରାଜନୈତିକ ପାରା ବଢ଼ିଛି। କ୍ଷମତାରେ ଥିବା କଂଗ୍ରେସର‌ ଆଗାମୀ ନିର୍ବାଚନରେ ପୁଣି ଜିତିବ ବୋଲି ଆଶା ରଖିଛି। ଏହାରି ମଧ୍ୟରେ ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି, ପଂଜାବ ନିର୍ବାଚନରେ କଂଗ୍ରେସକୁ ହିଁ କଂଗ୍ରେସ ହରାଇପାରିବ। କଂଗ୍ରେସ ନେତା ସିଦ୍ଧୁ କହିଛନ୍ତି ଯେ, ଆମେ ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢ଼େଇ କରୁଛୁ। କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ। କଂଗ୍ରେସକୁ କେବଳ କଂଗ୍ରେସ ହିଁ ହରାଇପାରିବ। ଜାତୀୟ ଗଣମାଧ୍ୟମକୁ ଗୁରୁବାର ସିଦ୍ଧୁ ଏହା କହିଛନ୍ତି। ଯଦି କଂଗ୍ରେସ ଏକତ୍ର ହେବ, ତା’ହେଲେ ତାକୁ କେହି ଅଟକାଇପାରିବେ ନାହିଁ। ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ପଦ ପାଇଁ ମୁଁ କେବେ ଆକର୍ଷିତ ହୋଇନାହିଁ। ମୁଁ ଚାହୁଁଛି ପଂଜାବର ସ୍ଥିତିରେ ଆହୁରି ପରିବର୍ତ୍ତନ ଆସୁ। ପଂଜାବ କଂଗ୍ରେସ ସଭାପତି କହିଛନ୍ତି ଯେ, ଗାନ୍ଧିଜୀ ବିନା କୌଣସି ପଦରେ ଥାଇ ବହୁତ କିଛି କରିଛନ୍ତି, ଯାହାକି ଅନ୍ୟମାନେ କରିପାରିବା ସମ୍ଭବ ନୁହେଁ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧୁ କହିଛନ୍ତି ଯେ, ଚନ୍ନୀ ଭଲ କାମ କରୁଛନ୍ତି। ତାଙ୍କ ସହିତ କୌଣସି ମତଭେଦ ନାହିଁ। 

Leave A Reply

Your email address will not be published.