ଉତ୍ତର ପ୍ରଦେଶରେ କେତୋଟି ଆସନରେ ଜିତିପାରିବ ବିଜେପି? ସର୍ଭେ ରିପୋର୍ଟ କ’ଣ କହୁଛି ଜାଣନ୍ତୁ

ନୂଆଦିଲ୍ଲୀ, ଜାନୁଆରୀ ୨୧ : ଯଦି ଆଜି ଦେଶରେ ମତଦାନ ହୁଏ, ତା’ହେଲେ କାହାର ପାଖରେ ରହିବ ସରକାର। କାହାକୁ ମିଳିବ କେତେ ଭୋଟ? ଏହାକୁ ନେଇ ଇଣ୍ଡିଆ ଟୁଡେ ଓ ସି-ଭୋଟର ମିଳିତ ସର୍ଭେ କରିଛନ୍ତି, ଯେଉଁଥିରେ କି ମତଦାତାଙ୍କ ମନ କେଉଁଆଡେ ରହିଛି, ତାହା ସାମ୍ନାକୁ ଆସିଛି।  ଇଣ୍ଡିଆ ଟୁଡେ ଓ ସି ଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‌ ଦେଶର ପ୍ରଥମ ପସନ୍ଦ ବ୍ୟକ୍ତି। ତାଙ୍କ ପରେ ସୋନିଆ ଗାନ୍ଧୀଙ୍କ ଆଡ଼କୁ ମତଦାତାଙ୍କ ମନ ବଳିଛି। ସର୍ଭେ ରିପୋର୍ଟ ଅନୁସାରେ ଯଦି ଆଜିର ଦିନରେ ମତଦାନ କରାଯାଏ, ତା’ହେଲେ ଏନ୍‌ଡିଏ ଖାତାକୁ ୨୯୬ଟି ଆସନ ଯିବ। ଅପରପକ୍ଷେ ୟୁପିଏକୁ ୧୨୬ ଓ ଅନ୍ୟ ଦଳ ଗୁଡ଼ିକୁ ୧୨୦ଟି ଆସନ ଯାଇପାରେ।  ଲୋକସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ କଥା କହିବା ତା’ହେଲେ ଏଠାରେ ଏନ୍‌ଡିଏକୁ ୬୭, ସମାଜବାଦୀ ପାର୍ଟିକୁ ୧୦, ବହୁଜନ ସମାଜ ପାର୍ଟିକୁ ୨ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ। ଜାନୁଆରୀରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀ ଉପରେ ୫୯ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। କେନ୍ଦ୍ରରେ ମୋଦୀ ସରକାରଙ୍କ ବିପକ୍ଷରେ କାହାର ଭୁମିକା ସର୍ବାଧିକ ହୋଇପାରିବ? ଏହାର ଉତ୍ତର ଆଶ୍ଚର୍ଯ୍ୟ ଲାଗିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବା ନେତାଙ୍କ ମଧ୍ୟରେ ପ୍ରଥମ ପସନ୍ଦ ଭାବେ ୧୭ ପ୍ରତିଶତ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତୃତ୍ବ ନେଇପାରିବେ। ଦ୍ବିତୀୟ ସ୍ଥାନରେ ୧୬ ପ୍ରତିଶତ ସହିତ ଅରବିନ୍ଦ କେଜ୍ରିୱାଲ। ୧୧ ପ୍ରତିଶତ ସହିତ ସହିତ ରାହୁଲ ଗାନ୍ଧୀ ୩ୟ ସ୍ଥାନରେ ଅଛନ୍ତି। 

Leave A Reply

Your email address will not be published.