ପିତାଙ୍କ ପରଲୋକ ହେବାର ପରଦିନ ନିର୍ବାଚନ ଡ୍ୟୁଟିକୁ ଫେରିଥିଲେ ଆଇଏଏସ୍‌ ଅଧିକାରୀ, ନିର୍ବାଚନ ଆୟୋଗ କଲେ ସମ୍ମାନିତ

ହାଓଡା, ଜାନୁଆରୀ ୨୭ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଉଦାହରଣ ସୃଷ୍ଟି କରିଥିବା ଆଇଏଏସ୍‌ ଅଧିକାରୀ ମୁକ୍ତା ଆର୍ଯ୍ୟଙ୍କୁ ନିର୍ବାଚନ ଆୟୋଗ ସମ୍ମାନିତ କରିଛନ୍ତି। ସେ ନିଜର ପିତାଙ୍କ ପରଲୋକ ହେବାର ପରବର୍ତ୍ତୀ ଦିନରେ ନିର୍ବାଚନ ଡ୍ୟୁଟିରେ ଯୋଗ ଦେଇଥିଲେ। ଶାନ୍ତିପୂର୍ଣ୍ଣ ଓ ବ୍ୟବସ୍ଥିତ ଭାବେ ମତଦାନ ହେବ ବୋଲି ଆଇଏଏସ୍‌ ଅଧିକାରୀ ପରିବାରର ଅସୁବିଧା ସମୟରେ ଛୁଟିରେ ରହି ନଥିଲେ। ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ମଧ୍ୟ ମୁକ୍ତାଙ୍କର ଏହି ସାହସିକ ପଦକ୍ଷେପକୁ ପ୍ରଶଂସା କରିଥିଲେ। ମୁକ୍ତା ଆର୍ଯ୍ୟ ସେହି ସମୟରେ ହାୱଡ଼ାର ଡିଏମ୍‌ ତଥା ଜିଲ୍ଲା ନର୍ବାଚନ ଅଧିକାରୀ ଥିଲେ। ପଶ୍ଚିମବଙ୍ଗରେ ଗତବର୍ଷ ବିଧାନସଭା ନିର୍ବାଚନ ହୋଇଥିଲା। ମତଦାନର ଗୋଟିଏ ରାତି ପୂର୍ବରୁ ମୁକ୍ତାଙ୍କ ବାପାଙ୍କର ପରଲୋକ ହୋଇଥିଲା। ଆଇଏଏସ୍‌ ଅଧିକାରୀ ମତଦାନ ହେବା ପର୍ଯ୍ୟନ୍ତ ପିତାଙ୍କ ପାର୍ଥୀବ ଶରୀରକୁ ହସ୍‌ପିଟାଲର ଶବଗୃହରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ମୁକ୍ତାଙ୍କ ପିତା ରାଧେଶ୍ୟାମ ଆର୍ଯ୍ୟ ଦିଲ୍ଳୀ ନିବାସୀ ଥିଲେ ଏବଂ ସେ ରାଷ୍ଟ୍ରୀୟ ରାଜଧାନୀରେ ଶ୍ରମ ଆୟୋଗର ଆୟୁକ୍ତ ଥିଲେ। ସେ ନିର୍ବାଚନ ପୂର୍ବରୁ ଝିଅକୁ ଭେଟିବାକୁ କୋଲକାତା ଆସିଥିଲେ। ରାଜ୍ୟ ନିର୍ବାଚନ ଆୟୋଗର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଆମେ ମୁକ୍ତାଙ୍କୁ ଛୁଟି ନେବାକୁ କହିଥିଲୁ, କିନ୍ତୁ ସେ ଏହା ଚାହିଁ ନଥିଲେ। 

Leave A Reply

Your email address will not be published.