ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା

ନୂଆଦିଲ୍ଲୀ ୦୧/୦୨ : କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ ଆଗାମୀ ୨୫ ବର୍ଷକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଇଛି । ଅନେକ ନୂଆ ଯୋଜନା ଆରମ୍ଭ ସହ ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ ଉପରେ ଫୋକସ କରାଯାଇଛି । ତେବେ ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କିଏ କହିଲେ କ’ଣ?

Umasankar Adv

ମମତା ବାନାର୍ଜୀ- ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ । ବେରୋଜଗାର ଓ ଦରଦାମ ବୃଦ୍ଧି ଉପରେ ସରକାର କିଛି ପ୍ରାବଧାନ ଆଣିନାହାନ୍ତି ।

ରାଜନାଥ ସିଂ-ସରକାର ଲୋକଙ୍କ ବିକାଶକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ କରିଛନ୍ତି । ଏହି ବଜେଟ ବିକାଶକୁ ତ୍ୱରାନ୍ୱିତ କରିବ । ଯାହା ଦେଶକୁ ନୂଆ ଉର୍ଜା ଯୋଗାଇବ ।

gpkandhamal

ସୀତାରାମ ୟେଚୁରୀ- ଦେଶର ୧୦ ପ୍ରତିଶତ ଧନିଙ୍କ ପାଖରେ ୭୫ ପ୍ରତିଶତ ସମ୍ପତ୍ତି ରହିଛି । ଧନିମାନେ କରୋନା କାଳରେ ଅଧିକ ଲାଭ ଉଟାଇଛନ୍ତି । ବଜେଟରେ ନିଯୁକ୍ତି, ଦାରିଦ୍ର୍ୟ ଉପରେ କିଛି ନାହିଁ ।

ଜୟରାମ ରମେଶ- ବଜେଟରେ ପରିବେଶ ସୁରକ୍ଷା ଉପରେ କୁହାଯାଇଛି । ଅନ୍ୟ ପଟେ ନଦୀ ସଂଯୋଗୀକରଣ କରି ପରିବେଶ ସନ୍ତୁଳନ ବିଗାଡିବାକୁ ସରକାର ଯୋଜନା କରିଛନ୍ତି । ବଜେଟରେ ବହୁତ ଭଲ କଥା କୁହାଯାଇଛି । କିନ୍ତୁ ଏହା କେତେ କାର୍ଯ୍ୟକ୍ଷମ ହେବ ତାହା ପରେ ଜଣାପଡିବ ।

ଆନନ୍ଦ ମହିନ୍ଦ୍ରା-ଏହି ବଜେଟ୍ ଅନେକ ପ୍ରଭାବୀ ସାବ୍ୟସ୍ତ ହେବ ।

ରଣଦୀପ ସୁରଜଓ୍ୱାଲା- ଦରମାପ୍ରାପ୍ତ ବ୍ୟକ୍ତି ଓ ମଧ୍ୟବିତ୍ତ ଅନେକ କିଛି ଆଶା ରକିଥିଲେ । ସେମାନେ ମହାମାରୀରେ ବେଶୀ ପ୍ରଭାବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମଧ୍ୟବିତ୍ତଙ୍କୁ ନିରାଶ କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.