ଜଟିଳ ହୋଇପାରେ ପୂର୍ବତନ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ CEO ଚିତ୍ରା ରାମକୃଷ୍ଣନଙ୍କ ସମସ୍ୟା

ନୂଆଦିଲ୍ଲୀ ୧୮।୨:  ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ଙ୍କ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଚିତ୍ରା ରାମକୃଷ୍ଣନ ସମସ୍ୟା ଆଗକୁ ଅଧିକ ଜଟିଳ ହୋଇପାରେ। କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ( ସିବିଆଇ)ଏବେ  ତାଙ୍କୁ ସମନ କରିବେ ବୋଲି ବିଚାର କରୁଥିବା ଜଣାପଡିଛି। ଏନଏସଇଙ୍କ ସମ୍ବେଦନଶୀଳ ଓ ଗୋପନୀୟ ସୂଚନା ରାମକୃଷ୍ଣନ ହିମାଳୟର କୌଣସି ସାଧୁଙ୍କୁ ପ୍ରଦାନ କରିଥିବାର ଅଭିଯୋଗ ଉପରେ ସିବିଆଇ ତଦନ୍ତ କରୁଛନ୍ତି। ଏହି ଅଭିଯୋଗ ଆଧାରରେ ସିବିଆଇ ଏନଏସଇଙ୍କ ପୂର୍ବତନ ସିଇଓଙ୍କ ମୁମ୍ବାଇ ଓ ଚେନ୍ନାଇସ୍ଥିତ ବାସଭବନ ଉପରେ ମଧ୍ୟ ଚଢଉ  କରିଥିଲେ। ଏଥିରୁ ଅନେକ ସମ୍ବେଦନଶୀଳ କାଗଜପତ୍ର ମିଳିଥିବାର ଜଣାପଡିଛି। ସେପଟେ ଆୟକର ବିଭାଗ ରାମକୃଷ୍ଣନଙ୍କ ବିଭିନ୍ନ ନେଣଦେଣର ଯାଞ୍ଚ କରିଛନ୍ତି। ମାମଲାରେ ଆୟକର ବିଭାଗ ତାଙ୍କର କିଛି କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି। ନିକଟରେ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ରାମକୃଷ୍ଣନଙ୍କୁ ୩ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.