ୟୁକ୍ରେନ ସହ ଉତ୍ତେଜନା ସମୟରେ ମିସାଇଲ୍ ଡ୍ରିଲ କରିବ ରୁଷ

ନୂଆଦିଲ୍ଲୀ ୧୮।୦୨: ୟୁକ୍ରେନ ସହିତ ଜାରି ଉତ୍ତେଜନା ମଧ୍ୟରେ ମିସାଇଲ ଡ୍ରିଲ୍ କରିବାକୁ ଯାଉଛି ରୁଷ। କେବଳ ଏତିକି ନୁହେଁ ଏହି ଡ୍ରିଲ ଦେଖିବାକୁ ପହଞ୍ଚିବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଏହି ସମୟରେ ରାଷ୍ଟ୍ରପତି ପୁଟିନ୍ ରୁଷ ସାମରିକ ଶକ୍ତିର ସମୀକ୍ଷା କରିବେ। ଏହି ଡ୍ରିଲରେ ବାଲିଷ୍ଟିକ ଏବଂ କ୍ରୁଜ ମିସାଇଲ୍ ସାମିଲ୍। ରୁଷର ଏରୋସ୍ପେସ୍ ଫୋର୍ସେସ୍ ଏବଂ ଷ୍ଟ୍ରାଟେଜିକ୍ ରକେଟ୍ ଫୋର୍ସେସ୍ ଏହି ସାମରିକ ଅଭ୍ୟାସରେ ଯୋଗ ଦେବେ। ରୁଷର ସ୍ଥଳ ସେନାର ସାଉଦର୍ଣ୍ଣ ଡିଷ୍ଟ୍ରିକ୍ଟ ମିସାଇଲ ପ୍ରକ୍ଷେପଣରେ ନୌସେନାର ଏକ ୟୁନିଟ୍ ମଧ୍ୟ ଏହି ସମରାଭ୍ୟାସରେ ସାମିଲ୍ ହେବ। ଏହି ଯୁଦ୍ଧାଭ୍ୟାସ୍ ପୂର୍ବ ନିର୍ଦ୍ଧାରିତ ଥିଲା ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।ଏହି ସାମରିକ ଅଭ୍ୟାସ୍ ଏମିତି ସମୟରେ ହେବାକୁ ଯାଉଛି,  ଯେଉଁ ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମରେ ରହିଛି। ୟୁକ୍ରେନ ସୀମାରେ ରୁଷ ଲକ୍ଷାଧିକ ସଂଖ୍ୟାରେ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି। କୁହାଯାଉଛି ରୁଷ କୌଣସି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏମିତି କୌଣସି ଆକ୍ରମଣ କରିବ ନାହିଁ ବୋଲି ରୁଷ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.