ମଣିପୁରରେ ଆଇଇଡି ବିସ୍ଫୋରଣରେ ଦୁଇ ଆଇଟିବିପି ଯବାନ ଆହତ

ଇମ୍ଫାଲ୨୧/୦୨ : ରବିବାର ମଣିପୁରରେ ଏକ ଆଇଇଡି ବିସ୍ଫୋରଣ ଫଳରେ ଭାରତ ତିବ୍ବତ ସୀମା ପୋଲିସ(ଆଇଟିବିପି)ର ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଇମ୍ଫାଲରୁ ୪୫ କି.ମି. ଦୁର କାକାସିଙ୍ଗ ଜିଲ୍ଲାର ବାଂଗୁ ତେରା ଅଞ୍ଚଳରେ ସନ୍ଧ୍ୟା ୮ଟା ସମୟରେ ଏହି ବିସ୍ଫୋରଣ ଘଟିଛି । ଆହତ ହୋଇଥିବା କନଷ୍ଟେବଲ ଗୌରବ ରାୟ ଓ ଗିରିଜା ଶଙ୍କର ରାୟ ରାଜ୍ୟ ପୋଲିସ ସହିତ ଯାଉଥିଲେ ବୋଲି ଆଇଟିବିପି ଅଧିକାରୀ କହିଛନ୍ତି । ଆହତ ୨ ଦୁଇ କନଷ୍ଟେବଲ ୬୧୦ ବାଲାଲିୟନର ଯବାନ ହୋଇଥିବା ବେଳେ ସେମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ । ଦୁଇଜଣ ଯବାନଙ୍କୁ ଏବେ ଜିଲ୍ଲା ସିଭିଲ ହସପିଚାଲରେ ଭର୍ତ୍ତି କରାଯାଇଛି । ଦୁଇଜଣ ଯବାନ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୁପକ୍ଷ କହିଛନ୍ତି ।

Leave A Reply

Your email address will not be published.