ବିବାହ କରିବେ ରଶ୍ମିକା ମନ୍ଦାନା-ବିଜୟ ଦେବରକୋଣ୍ଡା

ମୁମ୍ବାଇ ୨୧।୦୨ :  ସାଉଥର ଚର୍ଚ୍ଚିତ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ନିକଟରେ ତାଙ୍କ ଫିଲ୍ମ ପୁଷ୍ପା ରିଲିଜ୍‌ ହେବା ପରେ ସେ ଆହୁରି ଲୋକପ୍ରିୟ ହୋଇ ଯାଇଛନ୍ତି । ହେଲେ ତାଙ୍କର ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ଯୋଡିକୁ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଦୁହିଁଙ୍କୁ ବର୍ତ୍ତମାନ ବହୁ ଥର ଏକାଠି ଦେଖିବାକୁ ମିଳୁଛି । ନିକଟରେ କିଛି ଦିନ ତଳେ ରଶ୍ମିକା ଓ ବିଜୟଙ୍କୁ ମୁମ୍ବାଇରେ ସ୍ପଟ୍ କରାଯାଇଥିଲା। ବର୍ତ୍ତମାନ ସୋସିଆଲ୍ ମିଡିଆରେ ସେମାନଙ୍କ ମଧ୍ୟରେ ଲିଙ୍କଅପ୍‌କୁ ନେଇ ଗୁଜବ ଉଠିବାରେ ଲାଗିଛି।

Leave A Reply

Your email address will not be published.