ଏବର୍ଷ କମ୍ ଖରା

ଭୁବନେଶ୍ୱର,୨୨/୦୨: ଏଥର ଖରା ଦିନରେ ଆଦୌ ପ୍ରଚଣ୍ଡ ଗରମ ହେବନି । ଏପ୍ରିଲରେ ଲା ନିନାର ପ୍ରଭାବ ଯୋଗୁ ବର୍ଷା ସମ୍ଭାବନା ରହୁଛି ଓ ଗରମ କମିବ । ମେ ମାସରୁ ଅଗଷ୍ଟ ଭିତରେ ନିଉଟ୍ରାଲ୍‌ ଏଲ୍‌ ନିନା ସାଉଥର୍ଣ୍ଣ ଓସିଲେସନ୍‌ର ପ୍ରଭାବ ଯୋଗୁ ବର୍ଷା ହେବ ଓ ତାପମାତ୍ରା କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ବିଶ୍ୱର ବିଭିନ୍ନ ପାଣିପାଗ ତଥା ଜଳବାୟୁ ଗବେଷଣା ସଂସ୍ଥା ଦ୍ୱାରା ସାମୁଦ୍ରିକ ଜଳପତ୍ତନର ଓ ବାୟୁମଣ୍ଡଳର ତାପମାତ୍ରାକୁ ନେଇ ବିଶ୍ଲେଷଣ କରୁଛନ୍ତି । ସେମାନଙ୍କ ତଥ୍ୟକୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏପ୍ରିଲ ମାସରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ରହିବ । ମେ ମାସରୁ ଜୁଲାଇ ଯାଏ ତାପମାତ୍ରା କମ୍‌ ରହିବାର ସମ୍ଭାବନା ୪୦ରୁ ୬୦% । ସେହିଭଳି ଏପ୍ରିଲରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମ୍‌ ହେବାର ସମ୍ଭାବନା ୪୦% । ମେ ଓ ଜୁନ୍‌ରେ ଅଧିକ ବର୍ଷା ସମ୍ଭାବନା ରହିଛି । ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍‌ ମାସରେ ଅଧିକ ବର୍ଷା ଓ କମ୍‌ ତାପମାତ୍ରା ଦର୍ଶାଉଛି ଯେ ମୌସୁମୀର ପ୍ରଭାବ ଠିକ୍‌ ରହିବମେ ମାସରେ କମ୍‌ ଗରମ ସହ ମଝିରେ ମଝିରେ ବର୍ଷା ହୋଇପାରେ । କିନ୍ତୁ ଖ୍ୟାତନାମା ପତ୍ରିକା ‘ଡାଉନ୍‌ ଟୁ ଆର୍ଥ’ର ରିପୋର୍ଟ କହୁଛି, ଯେଉଁ ବର୍ଷ ଲା ନିନା ପ୍ରଭାବରେ ଶୀତ ପ୍ରକୋପ ଅଧିକ ରୁହେ ଓ ଲମ୍ବା ଚାଲେ, ସେହି ବର୍ଷ ଖରାଦିନେ ତାତିର ପ୍ରକୋପ ପ୍ରଚଣ୍ଡ ରୁହେ । ଯଦିଓ ଏହା ସ୍ୱଳ୍ପ ଅବଧି ପାଇଁ ସୀମିତ ରହିବ ।

Leave A Reply

Your email address will not be published.