ବିବାଦ ବଢାଇଲେ ପୁଟିନ, ପୂର୍ବ ୟୁକ୍ରେନକୁ ସ୍ୱତନ୍ତ୍ର ଦେଶ ମାନ୍ୟତା ଦେବ ଋଷ

ନୂଆଦିଲ୍ଲୀ,୨୨/୦୨: ୟୁକ୍ରେନ୍-ଋଷ ବିବାଦ ଚାଲିଥିବା ବେଳେ ପୂର୍ବ ୟୁକ୍ରେନର ଡୋନେତସ୍କ ଓ ଲୁଙ୍ଗସ୍କକୁ ଦେଶର ମାନ୍ୟତା ଦେବାକୁ ବିଚାର କରୁଛି ଋଷ । ଏନେଇ ସୁରକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପୁଟିନ୍ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରାଯାଉଛି । ତେବେ ନାଟୋ ଏବଂ ଆମେରିକାର ଦଖଲକୁ ପସନ୍ଦ କରୁନି ଋଷ । ଋଷ ଚାହୁଁନି ୟୁକ୍ରେନ୍ ଏବେ ନାଟୋରେ ସାମିଲ ହେଉ । କାରଣ ଏହାଦ୍ବାରା ନାଟୋ ସେନା ଋଷ ସୀମା ପର୍ଯ୍ୟନ୍ତ ଆସିଯିବେ ।ଏ ଭିତରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଆଶଙ୍କା କରୁଛନ୍ତି, ଋଷ ଯେକୌଣସି ସମୟରେ ୟୁକ୍ରେନ ଉପରେ ହମଲା କରିପାରେ । ବେଲାରୁଷ ଓ ରୁଷ ସେନା ମିଳିତ ଭାବେ ୟୁକ୍ରେନ ସୀମାରେ ସମରାଭ୍ୟାସ ଜୋରଦାର କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷର ୩୦ହଜାର ସୈନ୍ୟ ମୁତୟନ ଅଛନ୍ତି । ୟୁକ୍ରେନ ସୀମାରେ ଋଷ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି, ଦେଢ ଲକ୍ଷ ସୈନ୍ୟ ସଜାଗ ଅଛନ୍ତି ।

Leave A Reply

Your email address will not be published.