ରାଜ୍ୟରୁ ବିଦାୟ ନେଲାଣୀ ଶୀତ

ଭୁବନେଶ୍ୱର, ଫେବ୍ରୁଆରୀ ୨୨ : ଓଡ଼ିଶାରୁ ଶୀତ ଏକ ପ୍ରକାର ଫେରି ସାରିଲାଣି, ରାଜ୍ୟର ବିଭିନ୍ନ ଅଂଶରେ ପାରଦ ବଢିବାରେ ଲାଗିଲାଣି । ସୋମବାର, ଅତି କମରେ ୨୧ ଟି ସ୍ଥାନ ୩୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି ଯାହା ଗ୍ରୀଷ୍ମର ଧୀରେ ଧୀରେ ଆରମ୍ଭର ଶଙ୍କେତ ଦେଇଛି । ୩୪ ଡିଗ୍ରୀ ସେଲସିୟସରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ଥିଲା । ରାତିର ତାପମାତ୍ରା ମଧ୍ୟ ଦିନ ସାରା ରାଜ୍ୟରେ ବୃଦ୍ଧି ପାଇଛି । ଝାରସୁଗୁଡା ୧୧.୭ ଡିଗ୍ରୀରେ ସବୁଠାରୁ ସର୍ବନିମ୍ନ ତାପମାତ୍ରାରେକର୍ଡ ହୋଇଛି । ଏହା ପରେ ଡାରିଙ୍ଗବାଡି ୧୩.୫ ସେଲସିୟସରେ ରହିଛ। ସେହିଭଳି ରାଜଧାନୀ ଭୁବନେଶ୍ୱର ୩୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରିଛି । ଫେବୃଆରୀ ମାସରେ ଭୁବନେଶ୍ୱରର ହାରାହାରି ତାପମାତ୍ରା ୩୧.୫ ଡିଗ୍ରୀ ଏବଂ ସୋମବାର ଏହା ସାମାନ୍ୟ ଅଧିକ ଥିଲା । ଗତ ବର୍ଷ ଫେବୃଆରୀରେ ସହର ଅଧିକ ଗରମ ଦିନ ଅନୁଭୂତ ହୋଇଥିଲା ଏବଂ ମାସର ୨୬ ରେ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରିଥିଲା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ତାପମାତ୍ରାର ବୃଦ୍ଧିକୁ ପଶ୍ଚିମାଝଡ଼ର ପ୍ରଭାବ ବୋଲି କହିଛନ୍ତି ।  ସେହିଭଳି ପଶ୍ଚିମା ଝଡ଼ ପ୍ରଭାବରେ ଗୁରୁବାର ଦିନ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଏବଂ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ଏବଂ ଶୁକ୍ରବାର ଦିନ ଉତ୍ତର ଜିଲ୍ଲା ଏବଂ ଦକ୍ଷିଣ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ।ଏହି ସମୟରେ ବର୍ଷା ହେତୁ ଦିନର ତାପମାତ୍ରା କିଛି ଅଂଶରେ ହ୍ରାସ ହେବାର ସମ୍ଭାବନା ରହିଛି, କିନ୍ତୁ ଆସନ୍ତା ଚାରି ରୁ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।

Leave A Reply

Your email address will not be published.