ଶସ୍ତାରେ ମିଳିବ ଟ୍ରେନ୍‌ ଟିକେଟ୍‌

ନୂଆଦିଲ୍ଲୀ, ଫେବ୍ରୁଆରୀ ୨୨ : ଇଣ୍ଡିଆନ୍‌ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେଶନ ଲିମିଟେଡ (IRCTC) ଓ ବ୍ୟାଙ୍କ୍‌ ଅଫ୍‌ ବରୋଦା (BoB)ର ପୂର୍ଣ୍ଣ ସ୍ବାମୀତ୍ବ ସବ୍‌ସିଡିୟରି ‘ବିଓବି ଫାଇନାନସିଆଲ ସଲ୍ୟୁସନ ଲିମିଡେଟ’ BoB Financial Solutions Limited (BFSL) ଆଇଆରସିଟିସି ବିଓବି କଣ୍ଟାକ୍ଟଲେସ କ୍ରେଡିଟ କାର୍ଡ ଶୁଭାରମ୍ଭ କରିଛି। ଏହି କାର୍ଡ ରେଳରେ ଯାତ୍ରା କରୁଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଡିଜାଇନ କରାଯାଇଛି। ଏହି କାର୍ଡ ବ୍ୟବହାରକାରୀ ମାନଙ୍କୁ ଶସ୍ତାରେ ଟିକେଟ ବୁକ କରିପାରିବେ।  ଏହି କାର୍ଡ ରେଳ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି। କେବଳ ସେତିକି ନ‌ୁହେଁ, ୟୁଜର ଗ୍ରୋସରି ଠାରୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। କାର୍ଡଧାରୀ ଜେସିବି ନେଟୱର୍କ ମାଧ୍ୟମରେ ବିଶ୍ବବ୍ୟାପୀ କୌଣସି ମାର୍ଚେଣ୍ଟ ଅଥବା ଏଟିଏମରେ ଏହି କାର୍ଡକୁ ବ୍ୟବହାର କରିପାରିବେ। ଆଇଆରସିଟିସି ବିଓବି ରିପେ କ୍ରେଡିଟ କାର୍ଡଧାରୀ ୱେବସାଇଟ ଅଥବା ମୋବାଇଲ ଆପରେ 1AC, 2AC, 3AC, CC ଅଥବା ଡ଼ଝ କ୍ଲାସର ଟିକେଟ ବୁକ କରିବା ସମୟରେ ପ୍ରତେକ ୧୦୦ ଟଙ୍କାର ନିବେଶରେ ୪୦ ରିୱାର୍ଡ ପଏଣ୍ଟ ପାଇପାରିବେ। ଏଥି ସହିତ ଟ୍ରେନ୍‌ ଟିକେଟ ବୁକିଂ ଉପରେ ଗ୍ରାହକମାନଙ୍କୁ ୧ ପ୍ରତିଶତ ନେଣଦେଣ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ନାହିଁ। ଏଥି ସହିତ ଆହୁରି ଅନେକ ସୁବିଧା ରହିଛି। 

Leave A Reply

Your email address will not be published.