ଆମେରିକାରେ ୨୭, ଫ୍ରାନ୍ସରେ ୧୭ ହଜାର ନୂଆ ପଜିଟିଭ୍‌

ୱାଶିଂଟନ୍‌, ଫେବ୍ରୁଆରୀ ୨୨ : ଆମେରିକା-ଫ୍ରାନ୍ସ ସମେତ ବିଶ୍ବରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ମାସକୁ ପୂର୍ବରୁ ଆମେରିକାରେ ଦୈନିକ ସଂକ୍ରମଣ ୭ ଲକ୍ଷ ଅତିକ୍ରମ କରିଥିଲା ବେଳେ ବିଗତ ୨୪ ଘଣ୍ଟାରେ ୧୭ ହଜାର ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫ୍ରାନ୍ସରେ ମଧ୍ୟ ସମାନ ଅବସ୍ଥା। ଗତ ଜାନୁଆରୀରେ ଦୈନିକ ସଂକ୍ରମଣ ସାଢ଼େ ୪ ଲକ୍ଷ ଅତିକ୍ରମ କରିଥିଲା। ଏବେ ଏହା ୧୭ ହଜାରରେ ସୀମିତ ରହିଛି। ଆମେରିକାରେ ଏପର୍ଯ୍ୟନ୍ତ ମୋଟ ୮ କୋଟି ୧ ଲକ୍ଷ ୪୩ ହଜାର ୭୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫ କୋଟି ୧୯ ଲକ୍ଷ ୪୭୬ ଜଣ ଲୋକ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ଦେଶରେ ୯ ଲକ୍ଷ ୬୦ ହଜାର ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୨ କୋଟି ୭୨ ଲକ୍ଷ ୮୩ ହଜାର ୧୨୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଏଥିରୁ ୧୧ ହଜାର ୧୫୬ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଫ୍ରାନ୍ସରେ ଏହାରି ମଧ୍ୟରେ ୨ କୋଟି ୨୩ ଲକ୍ଷ ୪ ହଜାର ୨୪ ଜଣ ଲୋକଙ୍କୁ କରୋନା ହୋଇସାରିଛି । ଏଥିରୁ ୧ କୋଟି ୯୪ ଲକ୍ଷ ୨୧ ହଜାର ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୩୨ ହଜାର ୬୬୨ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୭ ଲକ୍ଷ ୫୦ ହଜାର ୩୩୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୦୫୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.