ପଞ୍ଚାୟତ ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ଟି ବୁଥ୍‌ରେ ମତଦାନ ଜାରି

ଭୁବନେଶ୍ବର, ଫେବ୍ରୁଆରୀ ୨୨: ଓଡ଼ିଶା ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ଅପରାହ୍ନ ୧ଟା ଯାଏଁ ମତଦାନ ଜାରି ରହିବ। ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାରେ ମତଦାତା ଭୋଟ ଦେଉଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ୧୨୫୪ଟି ଗ୍ରାମପଞ୍ଚାୟତରେ ମତଦାତାମାନେ ମତଦାନ କରୁଛନ୍ତି । ଏଥିପାଇଁ ୧୭,୦୮୯ଟି ବୁଥ୍‌ରେ ୫୧ଲକ୍ଷ ୩୧ହଜାର ୭୨୭ଜଣ ଭୋଟ୍‌ ଦେଉଛନ୍ତି। ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ୬୬୭ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ଭୋଟିଂ ସମୟରେ ଗତ ୩ଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା  ଦେଖାଯାଇଥିଲା। ତେଣୁ ଏହି ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକ ପୋଲିସ ଅଧିକ ଗୁରୁତ୍ବ ଦେଇଛି। ସେଥିପାଇଁ ମୋଟ୍ ୮୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୩ଜଣ, ଢେଙ୍କାନାଳରୁ ୯ଜଣ, ଜଗତସିଂହପୁରରୁ ୬ଜଣ ଓ ପୁରୀ ଜିଲ୍ଲାରୁ ୨୪ଜଣ  ଅଛନ୍ତି।

Leave A Reply

Your email address will not be published.