ଏନ୍‌ସିପି ନେତା ତଥା ମନ୍ତ୍ରୀ ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ED

ମୁମ୍ବାଇ ୨୩/୦୨: ବରିଷ୍ଠ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ୍‌ ମଲ୍ଲିକଙ୍କୁ, ଘରୁ ଉଠାଇ ନେଇଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED) । ଅଣ୍ଡରଓ୍ବାଲର୍ଡ ଲିଙ୍କ୍‌ ଅଭିଯୋଗରେ ଇଡି ତାଙ୍କୁ ପଚରା ଉଚରା କରୁଛି । ସେପଟେ ନଓ୍ବାବ୍‌ ମଲ୍ଲିକଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ ହୋଇଯାଇଛି । ଏନ୍‌ସିପି ସମେତ ଶିବସେନା ନେତା ଏ ନେଇ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ନଓ୍ବାବ୍‌ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଏନ୍‌ସିପି ଏବଂ ଶିବସେନା । ଅନ୍ୟପଟେ ମହାରାଷ୍ଟ୍ର ଏନ୍‌ସିପି ମୁଖ୍ୟାଳୟ ସାମ୍ନାରେ ନଓ୍ବାବ୍‌ ମଲ୍ଲିକଙ୍କ ସମର୍ଥନମାନେ ଏକାଠି ହୋଇ ବିଭିନ୍ନ ନାରାବାଜି ଦେଉଥିବା ଦେଖିବାକୁ ମିଳିଛି । ଶିବସେନା ଏବଂ ଏନ୍‌ସିପି ନେତାମାନେ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଣ୍ଡରଓ୍ବାଲର୍ଡ ସହ ଲିଙ୍କ ଏକ ପ୍ରପର୍ଟି ମାମଲାରେ ପଚରା ଉଚରା ପାଇଁ ନଓ୍ବାବ୍‌ଙ୍କୁ, ପ୍ରବର୍ତ୍ତନ ନିର୍ଦେଶାଳୟ ଉଠାଇନେଇଥିବା ଜଣାପଡିଛି ।

Leave A Reply

Your email address will not be published.