ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା

ଉଦଳା ୨୩।୨: ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶ୍ରୀପଦମଞ୍ଜରୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଉକ୍ତ ଗ୍ରାମର ଲେଣ୍ଡୁ ସିଂ । ମଙ୍ଗଳବାର ନିକଟସ୍ଥ ହାଟକୁ ମାଂସ ବିକ୍ରି କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଲେଣ୍ଡୁ । ରାସ୍ତା ପାର୍ଶ୍ବରୁ ମିଳିଥିଲା ତାଙ୍କ ମୃତଦେହ । ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.