ବିଦା ହେଲେ ‘ଭାରତ ପେ’ କଣ୍ଟ୍ରୋଲର ମାଧୁରୀ ଜୈନ

ନୂଆଦିଲ୍ଲୀ,୨୪/୦୨: ଭାରତ ପେ ଏହାର କଣ୍ଟ୍ରୋଲର ମାଧୁରୀ ଜୈନଙ୍କୁ ତାଙ୍କ ପଦବୀରୁ ବିଦା କରି ଦେଇଛି । ସେ କମ୍ପାନିର ଅର୍ଥ ହେରଫେର କରିଥିବା ଅଭିଯୋଗ ଆସିଛି । ମାଧୁରୀ ଭାରତ ପେ’ର ପ୍ରମୋଟର ଅସନୀର ଗ୍ରୋଭରଙ୍କ ପତ୍ନୀ । ଏହି କମ୍ପାନିର ବଜାର ମୂଲ୍ୟ ପ୍ରାୟ ୨୧ ହଜାର କୋଟି ଟଙ୍କା ହେବ । ୨୦୧୮ ଅକ୍ଟୋବରରୁ ମାଧୁରୀ ଭାରତ ପେ’ରେ ଫାଇନାନ୍ସ ବିଭାଗର ଦାୟିତ୍ୱରେ ଥିଲେ । ଅର୍ଥ ହେରଫେର ଘଟଣାର ତଦନ୍ତ ବେଳେ ତାଙ୍କ ନାମ ସାମ୍ନାକୁ ଆସିଥିଲା । ଯାଞ୍ଚ ବେଳେ କମ୍ପାନିର ବୁକ୍‌ରେ ବିଭିନ୍ନ ସାଂଘାତିକ ହେରଫେର କରାଯାଇଥିବା ସାମ୍ନାକୁ ଆସିଛି । କମ୍ପାନି ଅର୍ଥକୁ ବ୍ୟକ୍ତିଗତ ଭାବେ କିଣାକିଣିରେ ବ୍ୟବହାର କରାଯାଇଛି । ଜୈନ ନିଜକୁ ବଞ୍ଚାଇବା ଲାଗି ଫେବୃୟାରି ୧୦ରେ ଭାରତ ପେ ବୋର୍ଡକୁ ଏକ ଚିଠି ଲେଖିଥିଲେ । ସେ ଇସ୍ତଫା ଦେଇ ନ ଥିବା ଏଥିରେ ଇଲ୍ଲେଖ କରିଥିଲେ । ତାଙ୍କୁ ଅଂଶୀଦାରଙ୍କ ଲଢ଼େଇରେ ମୋହରା ଭାବେ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଥିଲେ । ମାଧୁରୀଙ୍କ ସ୍ୱାମୀ ତଥା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ୧୯ ଜାନୁଆରି ବୋର୍ଡ ବୈଠକରେ ଜୈନଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇଥିଲେ । ଏହାକୁ ସ୍ୱାଭାବିକ ବୋଲି କହିବା ସହ ନିଷ୍ପତ୍ତିକୁ ସେ ପ୍ରତ୍ୟାହାର କରି ନେଇଥିଲେ । ଗ୍ରୋଭର ବୋର୍ଡକୁ କହିଥିଲେ ଯେ, ଜୈନଙ୍କ ଇସ୍ତଫାର ଚୂଡାନ୍ତ ନିଷ୍ପତ୍ତି ଏପ୍ରିଲରେ ସେ କମ୍ପାନିକୁ ଫେରିବା ପରେ ନିଆଯିବ । ଏହି ୨ ଜଣ ଜାନୁଆରି ୧୯ ଏବଂ ୨୦ରୁ ଛୁଟିରେ ଅଛନ୍ତି । ଏହି ମାମଲାରେ ଭାରତ ପେ’ର ସ୍ପଷ୍ଟୀକରଣ ଲୋଡା ଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ । ଗ୍ରୋଭର ମଧ୍ୟ ଏ ନେଇ କିଛି ସୂଚନା ଦେଇନାହାନ୍ତି ।

Leave A Reply

Your email address will not be published.