ୟୁକ୍ରେନ ଉପରେ ଆକ୍ରମଣ କଲା ଋଷ

ମସ୍କୋ ୨୪/୦୨: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇଛି। ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।।  ବିଚ୍ଛିନ୍ନତାବାଦୀ ଅଧୀନରେ ଥିବା ୟୁକ୍ରେନର ପୂର୍ବ ଡୋନେଟସ୍କ ସହରରେ ଅତି କମ୍‌ ରେ ପାଞ୍ଚଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ଏହାପରେ ଚାରିଟି ସାମରିକ ଟ୍ରକ୍ ଘଟଣାସ୍ଥଳକୁ ବାହାରିଥିଲେ । ନ୍ୟୁଜ୍ ଏଜେନ୍ସି ରଏଟର୍ସର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଏହି ସୂଚନା ଦେଇଛନ୍ତି। ଏଠି କହି ରଖୁଛୁ ଯେ, ଋଷର ସମ୍ଭାବ୍ୟ ଆକ୍ରମଣକୁ ଧ୍ୟାନରେ ରଖି ୟୁକ୍ରେନ ଏହାର କିଛି ବିମାନବନ୍ଦର ବନ୍ଦ କରିଦେଇଛି । ଋଷ ସହ ଚାଲିଥିବା  ବିବାଦ ହେତୁ ୟୁକ୍ରେନ୍ ସରକାର ପୂର୍ବ ୟୁକ୍ରେନର ବିମାନ ଗୁଡ଼ିକ ମଧ୍ୟ ରାତି ତଥା ୭ଟା ପର୍ଯ୍ୟନ୍ତ  ବନ୍ଦ୍‌ କରିଦେଇଥିଲେ। କିଛି ଏୟାର ସ୍ପେସକୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଛନ୍ତି। ଏଜେନ୍ସି ଏଏଫପିର ରିପୋର୍ଟ ଅନୁସାରେ, ଜାତିସଂଘ ସୁରକ୍ଷା ପରିଷଦ ତିନିଦିନ ମଧ୍ୟରେ ଦ୍ୱିତୀୟ ଜରୁରୀକାଳୀନ ଅଧିବେଶନ କରିବ। ଏଥିରେ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା ହେବ। ସେପଟେ  ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଋଷ୍ ସୈନ୍ୟବାହିନୀଙ୍କୁ  ନିୟୋଜନ ଚାଲିଛି। ରିପୋର୍ଟ ଅନୁଯାୟୀ, କିଭଙ୍କ ଅନୁରୋଧ କ୍ରମେ ଏହି ବୈଠକ ଗୁରୁବାର ଦିନ ଭାରତୀୟ ସମୟ ସକାଳ ୮ଟାରେ ଅନୁଷ୍ଠିତ ହେବ। ବୁଧବାର ଦିନ, ଋଷର ଦୁଇଟି ସାମରିକ ବାହିନୀ ପୂର୍ବ ୟୁକ୍ରେନର ଡୋନେଟସ୍କ ଆଡକୁ ଯାଉଥିବା ଦାବି କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଧୁନିକ ସାମରିକ ଉପକରଣ ତଥା ଅସ୍ତ୍ରଶସ୍ତ୍ର ସହିତ ଦୁଇଟି ସାମରିକ ବାହିନୀ ଦ୍ରୁତ ଗତିରେ ଡୋନେଟସ୍କ ଆଡକୁ ଗତି କରୁଛି। ଆଧୁନିକ ସାମରିକ ସାମଗ୍ରୀ ସହିତ ସଜ୍ଜିତ ଏହି କନଭେୟରେ କୌଣସି ଦେଶର ପ୍ରତୀକ ନାହିଁ। ଋଷ ପୂର୍ବ ୟୁକ୍ରେନର ଅଶାନ୍ତ କ୍ଷେତ୍ର ଲୁହାନସ୍କ ଏବଂ ଡୋନେଟସ୍କ ଅଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ଭାବରେ ଘୋଷଣା କରିଛନ୍ତି।  ଆଉ ସେଠାକୁ ନିଜ  ସୈନ୍ୟବାହିନୀକୁ  ପଠାଇବାକୁ ଆଦେଶ ଦେଇଛନ୍ତି।   ଗୋଟିଏ କନଭେୟରେ ୯ ସୈନ୍ୟକ ସହ ଏକ ଟ୍ରକ୍ ଏବଂ ଇନ୍ଧନ ଟ୍ୟାଙ୍କର ରହିଥିଲା

Leave A Reply

Your email address will not be published.