ବଚ୍ଚନ ପାଣ୍ଡେ’ର ପ୍ରମୋସନ ପାଇଁ କପିଲ୍‌ଙ୍କ ଶୋ’କୁ ଫେରିଲେ ଖିଲାଡି କୁମାର…

ନୂଆଦିଲ୍ଳୀ ୧୨।୦୩ : ନୂଆ ଫିଲ୍ମ ବଚ୍ଚନ ପାଣ୍ଡେର ପ୍ରମୋସନକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ଖିଲାଡି କୁମାର । ଫିଲ୍ମର ପ୍ରମୋସନ ପାଇଁ ସେ ଏବେ ପହଞ୍ଚିଛନ୍ତି ଲୋକପ୍ରିୟ ରିଆଲିଟି ଶୋ’ ଦ କପିଲ ଶର୍ମା ଶୋ’ରେ । ବିବାଦ ପରେ ଶୋ’କୁ ଫେରିଲେ ଅକ୍ଷୟ । ଗତ ମାସରେ ଶୁଣିବାକୁ ମିଳିଥିଲା କପିଲ ଶର୍ମା ଏବଂ ଅକ୍ଷୟ କୁମାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦୀର୍ଘ ଦିନର ଅପେକ୍ଷା ପରେ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଉଭୟେ ପୁଣି ଏକାଠି ନଜର ଆସିଛନ୍ତି। ‘ଦ କପିଲ ଶର୍ମା ଶୋ’ରେ ଅକ୍ଷୟ କୁମାରଙ୍କୁ ଅତିଥି ଭାବେ ଦେଖିବାକୁ ମିଳିଛି।  ବଚ୍ଚନ ପାଣ୍ଡେର ପୂରା ଟିମ୍‌ କପିଲ୍‌ ଶୋରେ ନଜର ଆସିଛନ୍ତି। ଏହି ଏପିସୋଡ ଟେଲିକାଷ୍ଟ ହେବା ପୂର୍ବରୁ ଏହାର ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ସମସ୍ତ ସେଲେବ୍‌ମାନେ ହୋଲିକୁ ନେଇ ଖୁବ ମସ୍ତି କରୁଛନ୍ତି । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ , କ୍ରିତି ସାନନ ଏବଂ ଅର୍ଶଦ ୱାରସୀ ମଧ୍ୟ ଅଭିନୟ କରିଛନ୍ତି । ଅକ୍ଷୟ କୁମାର ଏବଂ କପିଲ ଶର୍ମାଙ୍କର ଏକ ଭିଡିଓ ଲିକ୍‌ ହୋଇଥିଲା। ଭିଡିଓରେ କପିଲ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅକ୍ଷୟ କୁମାରଙ୍କ ସାକ୍ଷାତକାରକୁ ପରିହାସ କରୁଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହେବା ପରେ ଅକ୍ଷୟ କୁମାର କ୍ରୋଧିତ ହୋଇଥିଲେ। ଏହା ୟୁଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଏହା ପରେ ଅକ୍ଷୟ କପିଲ ଶର୍ମାଙ୍କ ଶୋ’କୁ ଯିବାକୁ କିମ୍ବା ଶୁଟିଂ କରିବାକୁ ମନା କରି ଦେଇଥିଲେ। ହେଲେ ବର୍ତ୍ତମାନ ତାହା ତୁଟି ଯାଇଛି । ହସ ଖୁସିରେ ମଜା କରୁଥିବାର ଦେଖିବାକୁ ମିଳିଛି ଅକ୍ଷୟଙ୍କୁ । ଅକ୍ଷୟ କୁମାର ମଜାଳିଆ ଅନ୍ଦାଜରେ ହୋଲିକୁ ନେଇ ଖୁବ ମସ୍ତି କରୁଥିବା ବେଳେ କପିଲ ମଧ୍ୟ ଶୋ’ରେ ଦେଇଛନ୍ତି କମେଡିର ଜବରଦସ୍ତ ଛୁଙ୍କ । ଉଭୟଙ୍କ ଏହି କମେଡିରେ ଜଜ୍ ଅର୍ଚ୍ଚନାଙ୍କ ସମେତ ଦର୍ଶକ ହସି ହସି ବେଦମ ହୋଇଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଅକ୍ଷୟ ଏବଂ କପିଲ ପରସ୍ପରଙ୍କୁ ଇଶାରାରେ ବେବଫା ବୋଲି କହୁଥିବାର ଭିଡିଓ ସମସ୍ତଙ୍କ ମନକୁ ଛୁଇଁଥିଲ। ତେବେ ବହୁ ପ୍ରତିକ୍ଷିତ ସିନେମା ବଚ୍ଚନ ପାଣ୍ଡେ ୧୮ ମାର୍ଚ୍ଚ ହୋଲିରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.