ବାଇଡେନ୍‌ଙ୍କ ଚେତାବନୀ, ନାଟୋ-ଋଷ୍‌ ମଧ୍ୟରେ ଯୁଦ୍ଧ ହେଲେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ

ୱାଶିଂଟନ୍‌, ୧୨/୦୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଋଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଚେତାବନୀ ଦେଇଛନ୍ତି । ଋଷ୍‌ ଯଦି ୟୁକ୍ରେନ୍‌ରେ ରସାୟନିକ ଅସ୍ତ୍ରର ବ୍ୟବହାର କରୁଛି ତେବେ ତାକୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଭ୍ଲାଦିମିର ପୁଟିନ୍‌ ଆକ୍ରମଣ ଆରମ୍ଭ କରିଛନ୍ତି । ଏଥିପାଇଁ ତାଙ୍କୁ ଏବଂ ତାଙ୍କ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ବାଇଡେନ୍‌ କହିଛନ୍ତି । ଗଣମାଧ୍ୟମକୁ ସମ୍ୱୋଧନ କରିବା ସହ ବାଇଡେନ୍‌ କହିଥିଲେ ଯେ ଆମେରିକା ନାଟୋର ପ୍ରତ୍ୟକ ଇଞ୍ଚ ଜମି ସମ୍ପୂର୍ଣ୍ଣ ଶକ୍ତିର ସହ ବଞ୍ଚାଇବାକୁ ପ୍ରସ୍ତୁତ । ଆମେ ଋଷ୍‌ ଏବଂ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ିବୁ ନାହିଁ । ଋଷ୍‌ ଏବଂ ନାଟୋ ମଧ୍ୟରେ ଯୁଦ୍ଧ ସୁଧସଳଖ ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ ହୋଇପାରେ । ଏହାକୁ ପ୍ରତିରୋଧ କରିବା ପାଇଁ ଆମକୁ ପ୍ରୟାସ  କରିବାକୁ ହେବ । ୟୁକ୍ରେନ୍‌ ବପକ୍ଷରେ ଋଷ୍‌ର ଯୁଦ୍ଧ ପ୍ରଥମରୁ ବିଫଳ ହୋଇଥିବା ବାଇଡେନ୍‌ କହିଛନ୍ତି । ଏହି ପଦକ୍ଷେପ ନେବାକୁ ଆମେରିକା କଂଗ୍ରେସକୁ ଚାପ ଦେଇଥିବାରୁ ବିଡେନ ପେଲୋସିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଇଡେନ୍‌ ପୁଟିନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପୁଟିନ ଆକ୍ରମଣକାରୀ ଏବଂ ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଜୋ ବାଇଡେନ ଆହୁରି କହିଛନ୍ତି ଯେ ୟୁକ୍ରେନ ଶରଣାର୍ଥୀଙ୍କୁ ଖୋଲାଖୋଲି ସ୍ୱାଗତ କରିବ ଆମେରିକା ଏବଂ ଯୁଦ୍ଧବିହୀନ ରାଷ୍ଟ୍ରକୁ ଅତିରିକ୍ତ ସହାୟତା ଯୋଗାଇବା ପାଇଁ ଆମ ଦେଶ ପ୍ରତିବଦ୍ଧ ରହିବ।

Leave A Reply

Your email address will not be published.