ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୦୧/୦୪:  ଦେଶରେ ଜିଏସଟି ଆଇନ ଲାଗୁ ହେବା ପରେ ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ ହୋଇଛି । ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ମାସରେ ଜିଏସଟି ସଂଗ୍ରହ ୧.୪୨ ଲକ୍ଷ କୋଟି ଟଙ୍କା ଅର୍ଥାତ ୧,୪୨,୦୯୫ କୋଟି ହୋଇଛି । ଦେଶରେ ଜିଏସଟି ସଂଗ୍ରହରେ ଏହା ଆଜି ଯାଏଁର ସର୍ବାଧିକ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ଜିଏସଟି ସଂଗ୍ରହ ରେକର୍ଡ ସ୍ତରରେ ପହଞ୍ଚିଛି। ଏବଂ ୨୦୨୨ ଜାନୁଆରୀ ମାସର ନିଜର ୧,୪୦,୯୮୬ କୋଟି ଟଙ୍କାର ରେକର୍ଡକୁ ଭାଙ୍ଗିଛି ।  

Leave A Reply

Your email address will not be published.