ଉତ୍ତରାଖଣ୍ଡ: ଚପାୱତ ଆସନରୁ ଉପନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ! ଖୁବ ଶୀଘ୍ର ହୋଇପାରେ ଘୋଷଣା

ଡେରାଡୁନ୍‌, ଏପ୍ରିଲ ୧୮ : ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚମ୍ପାୱତ ଆସନରୁ ବିଧାନସଭା ଉପନିର୍ବାଚନ ଲଢ଼ିପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଚମ୍ପାୱତ ବିଧାୟକ କୈଳାଶ ଗହତୋଡୀ ସର୍ବ ପ୍ରଥମେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପାଇଁ ଏହି ଆସନ ଛାଡ଼ିବାକୁ ଉଦ୍ୟମ କରିଥିଲେ । ଚମ୍ପାୱତ ବିଧାନସଭା ଆସନ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପରଂପରାଗତ ଆସନ ଖଟିମା ନିକଟରେ ରହିଛି । ସେହିଭଳି ଚମ୍ପାୱତର ବନବସା ଓ ଟନକପୁର ଅଞ୍ଚଳରେ ମୂଳରୂପରେ ପିଥୋରାଗଡ଼ ଜନପଦର ନିବାସୀ ଥିବା ମତଦାତାଙ୍କ ସଂଖ୍ୟା ଅଧିକ । ନିଜେ ମୁଖ୍ୟମନ୍ତ୍ରୀ ପିଥୋରାଗଡ଼ ଜନପଦ ନିବାସୀ ଅଟନ୍ତି । ଏମ୍‌ଏଲଏ କୈଳାଶ ଗହତୋଡୀ ଖୁବ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ । ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଷ୍କର ସିଂହ ଧାବୀ ହାରି ଯାଇଥିଲେ । କିନ୍ତୁ ଉତ୍ତରାଖଣ୍ଡରେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଛି । 

Leave A Reply

Your email address will not be published.