ଚୀନ: ଶାଙ୍ଘାଇରେ କରୋନାର ନୂଆ ଲହରରେ ପ୍ରଥମ ମୃତ୍ୟୁ

ଶାଙ୍ଘାଇ, ଏପ୍ରିଲ ୧୮ : ଚୀନରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ନୂଆ ଲହରରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି । ୨.୫ କୋଟି ଲୋକ ରହୁଥିବା ଶାଙ୍ଘାଇରେ ଲକ୍‌ଡାଉନ୍ ହୋଇଛି । ତେଣୁ ଲୋକେ ବାଧ୍ୟବାଧକତାରେ ଘର ଭିତରେ ବନ୍ଦ ରହିଛନ୍ତି । ଶାଙ୍ଘାଇରେ ଗତ ୧୭ ତାରିଖରେ  ୧୯ ହଜାର ୮୩୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଶନିବାର ୨୧ ହଜାର ୫୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଲୋକଙ୍କ ଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳି ନଥିଲା । କୁହାଯାଉଛି ଯେ, ମାର୍ଚ୍ଚ ୧୦ ତାରିଖ ପରେ ୨୦ କୋଟି ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୨୦୧୯ରେ ଉହାନରୁ ବ୍ୟାପୀଥିବା କରୋନା ପରେ ଶାଙ୍ଘାଇ ଏବେ ସର୍ବାଧିକ ସଂକ୍ରମିତ ସହରରେ ପରିଣତ ହୋଇଛି । ଚୀନରେ ଏହା ପୂର୍ବରୁ ମାର୍ଚ୍ଚ ମାସରେ ଜିଲିନ ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଚୀନରେ ଏହି ମୃତ୍ୟୁ ଏକ ବର୍ଷ ପରେ ହୋଇଥିଲା । ଚୀନ କରୋନା ପାଇଁ କଡ଼ା ପଦକ୍ଷେପ ନେଇଛି । ଫଳରେ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । 

Leave A Reply

Your email address will not be published.