ଆଫଗାନିସ୍ତାନ: କୋସ୍ତ-କୁନାରରେ ପାକିସ୍ତାନର ଏୟାରଷ୍ଟାଇକ୍‌, ଶିଶୁ-ମହିଳା ସମେତ ୪୭ ମୃତ

କାବୁଲ, ଏପ୍ରିଲ ୧୮: ପାକିସ୍ତାନ ପଡୋଶୀ ଆଫଗାନିସ୍ତାନର ଖୋସ୍ତ ଓ କୁନାର ରାଜ୍ୟରେ ଏୟାରଷ୍ଟ୍ରାଇକ୍ କରିଛି । ଏହି ଏୟାରଷ୍ଟ୍ରାଇକ୍‌ରେ ଆଫଗାନିସ୍ତାନର ଶିଶୁ ଓ ମହିଳାଙ୍କ ସମେତ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ଏହି ଆକ୍ରମଣ ଉତ୍ତର ୱଜୀରିସ୍ତାନରେ ୨ ଆତଙ୍କବାଦୀ ଆକ୍ରମଣ ପରେ କରିଛି । ସୂଚନାଯୋଗ୍ୟ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଆଫଗାନିସ୍ତାନର ସ୍ଥାନୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନୀ ବିମାନ ଶୁକ୍ରବାର ରାତିରେ ଖୋସ୍ତ ରାଜ୍ୟରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଶିଶୁ ଓ ମହିଳା ସମେତ ମୋଟ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ କ୍ଷମତାସୀନ ତାଲିବାନୀ ସରକାର ଅମଙ୍ଗ ଦେଖାଯାଇଛି । ଏଥି ସହିତ ତାଲିବାନ ସରକାର ପାକିସ୍ତାନର ରାଜଦୂତ ମଂସୂର ଅହମଦ ଖାନକୁ ନୋଟିସ ଜାରି କରି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନ କରିବାକୁ ଚେତାବନୀ ଦେଇଛି । ଏହି ମାମଲା ପରେ ପାକିସ୍ତାନ ତହରିକ-ଏ-ତାଲିବାନ ମଧ୍ୟ ଏକ ବୟାନ ଜାରି କରିଛି । ସଂଗଠନ କହିଛି ଯେ, ବୋମା ଦ୍ୱାରା ପ୍ରବାସୀ ଶିବିରକୁ ଟାର୍ଗେଟ କରାଯାଇଛି । ତେବେ ଏନେଇ ପାକିସ୍ତାନ ମିଡିଆ କହିଛି ଯେ, ବୋମା ବିସ୍ଫୋରଣ ଆଫଗାନିସ୍ତାନର ଖୋସ୍ତ ଓ କନାର ରାଜ୍ୟରେ ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ସଦସ୍ୟଙ୍କୁ ଟାର୍ଗେଟ କରି ପ୍ରସ୍ତୁତ ହୋଇଛି । 

Leave A Reply

Your email address will not be published.