ବଢ଼ୁଛି ଦିଲ୍ଲୀର କରୋନା ଗ୍ରାଫ୍‌

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମଣ ସକ୍ରିୟ ହୋଇଛି । ଲୋକେ ସଂକ୍ରମଣକୁ ନେଇ ଚିନ୍ତା କରୁଛନ୍ତି । ଏଠାରେ ବିଗତ ଏକ ସପ୍ତାହ ହେବ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫୧୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ  ୪୬୧ ଜଣ ସଂକ୍ରମିତ ହୋଇଥିଲେ । ନୂଆ ପଜିଟିଭ ସହିତ ରାଜ୍ୟରେ ପଜିଟିଭିଟି ଦର ୪.୨୧ ପ୍ରତିଶତ ହୋଇଛି ।    ଦିଲ୍ଲୀରେ ଗତ ଫେବ୍ରୁଆରୀ ୨୦ ତାରିଖ ପରେ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ,ଫେବ୍ରୁଆରୀ ୨୦ ତାରିଖରେ ୫୭୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିଲେ । ନୂଆ ସଂକ୍ରମଣ ସହିତ ଦିଲ୍ଲୀରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୭୭୯ରେ ପହଞ୍ଚିଛି । କେବଳ ଦିଲ୍ଲୀ ନୁହେଁ, ବରଂ ହରିୟାଣା ଓ ପଂଜାବରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ହରିୟାଣାରେ ୧୯୧ ଚିହ୍ନଟ ହୋଇଛନ୍ତି । ଗୁରୁଗ୍ରାମରେ ୧୫୭ ଓ ଫରିଦାବାଦରେ ୩୨ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୮ରେ ପହଞ୍ଚିଛି ।   

Leave A Reply

Your email address will not be published.