ମନ୍ଦିର ଉତ୍ସବ ବେଳେ ବଡ ଦୁର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ରଥ, ୧୦ ମୃତ

ଚେନ୍ନାଇ ୨୭।୪: ତାମିଲନାଡୁ ତଞ୍ଜାଭୁରରେ ଅଭାବନୀୟ ଘଟଣା ଘଟିଛି । ବୁଧବାର ଭୋରରୁ ମନ୍ଦିର ଉତ୍ସବ ଶୋଭାଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଶୋଭାଯାତ୍ରା ବେଳେ ହାଇଭୋଲଟେଜ୍ ବିଦ୍ୟୁତ ତାରରୁ କରେଣ୍ଟ ଲାଗିଥିଲା । ଯାହା ଫଳରେ ରଥ ସାରା କରେଣ୍ଟ ବ୍ୟାପି ଯାଇ ନିଆଁ ଲାଗିଯାଇଥିଲା । ସୂଚନାଯୋଗ୍ୟ ଯେ, ତଞ୍ଜାଭୁର ଜିଲ୍ଲାରେ ମନ୍ଦିର ଉତ୍ସବ ଚାଲିଥିବା ବେଳେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ରଥରେ ନିଆଁ ଲାଗିଯାଇଥିଲା । ଏଥିଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପୋଲିସ ଆଇଜି କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣ ପ୍ରାଣ ହରାଇଛନ୍ତି । ୧୫ ଜଣ ଆହତ ହୋଇଛନ୍ତି । ସେ କହିଛନ୍ତି ଶୋଭାଯାତ୍ରା ବେଳେ ରଥ ହାଇଭୋଲଟେଜ୍ ଖୋଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟିଛି । 

Leave A Reply

Your email address will not be published.