ଛୋଟ ଝିଅର ପଢ଼ିବାକୁ ନଥିଲା ଟଙ୍କା, ସହାୟତା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଯୋଗାଇଦେଲେ…

ନୂଆଦିଲ୍ଲୀ ୨୬/୫ : ପୁଣି ଚର୍ଚ୍ଚାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ବସ୍ତାର ବିଧାନସଭା ଅନ୍ତର୍ଗତ ଭୌଂସଗାଁଓ ଗ୍ରାମ ପଞ୍ଚାୟତରେ ଲୋକଙ୍କ ସହ ସମସ୍ୟା ଶୁଣୁଥିବା ବେଳେ ଜଣେ ଛୋଟ ଝିଅକୁ ପାଠ ପଢ଼ାରେ ସହାୟତା କରିଛନ୍ତି । ଗ୍ରାମର ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ଝିଅଟି କାନ୍ଦୁଥିବା ଦେଖିବାକୁ ମିଳିଛି । ଝିଅଟିକୁ ପାଖକୁ ଡାକି ମୁଖ୍ୟମନ୍ତ୍ରୀ କାନ୍ଦିବାର କାରଣ ପଚାରି ବୁଝିଥିଲେ । ଝିଅଟିର ନାମ ଲୋକେଶ୍ୱରୀ ହୋଇଥିବା ବେଳେ ତାର ବାପାଙ୍କର ୧୫ ବର୍ଷ ତଳେ ମୃତ୍ୟୁ ହୋଇଥିବା କହିଥିଲା ।  ରହିବାକୁ ଘର ନଥିବାରୁ ମାଆ ଏବଂ ଛୋଟ ଭାଇ ସହ ସେ ମାମୁଁଘରେ ରହୁଥିବା କହିଥିଲା । ଟଙ୍କା ଅଭାବରୁ ଛୋଟ ଭାଇ ଏବଂ ସେ ପାଠ ପଢ଼ି ପାରୁନାହାନ୍ତି । ତେଣୁ ତାକୁ ସହାଯ୍ୟ କରିବାକୁ ସେ କହିଥିଲା । ଯାହା ଶୁଣି ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ୍‌ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ସେ ଛୋଟ ପିଲାଙ୍କ ସହ ଦଉଡ଼ି ଡିଆଁ ଖେଳୁଥିବା ମଧ୍ୟ ନଜର ଅସିଥିଲେ । ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଛନ୍ତି ଯେ ଛୋଟ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ଦଉଡ଼ି ଡିଆଁ ଟେଷ୍ଟ ନେବାକୁ ଚାହୁଁଛନ୍ତି । ମୁଁ କେମିତି ଏହି ଛୋଟ ଛୋଟ କୁନି କୁନି ପିଲାଙ୍କ ଇଛାକୁ ମାରିଦେବି ।   

Leave A Reply

Your email address will not be published.