ଆସାମରେ ପ୍ରବଳ ବର୍ଷା ଓ ଭୂସ୍ଖଳନ

ନୂଆଦିଲ୍ଲୀ ୧୬/୦୬:  ଆସାମର ରାଜଧାନୀ ଗୁଆହାଟୀରେ ବର୍ଷା ଓ ଭୂସ୍ଖଳନ । ବୁଧବାର ଲଗାତର ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଏହାସହ ସହରର ବିଭିନ୍ନ ସ୍ଥାନ ପାଣି ଘେରରେ ରହିଛି । ତେବେ ସୌଭାଗ୍ୟକ୍ରମେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।ତେବେ ଚଳିତ ବର୍ଷ ଆରମ୍ଭରୁ ଏବେସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୪୨ ଜଣଙ୍କ ଜୀବନ ଗଲାଣି । ମଙ୍ଗଳବାର ବୋରାଗାଁରେ ଭୂସ୍ଖଳନରେ ୪ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଆସାମ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅଧିକାରୀ କହିଛନ୍ତି ଯେ, ଭୂସ୍ଖଳନ ପାଇଁ ଗୀତାନଗର, ସୋନାପୁର, କଳାପାହାଡ ଓ ନିଜାରାପୁର ଅଞ୍ଚଳରେ ରାସ୍ତା ବନ୍ଦ ହୋଇଯାଇଛି ।

Leave A Reply

Your email address will not be published.