ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକିଲା ମହିଳା କ୍ରିକେଟ୍ ଟିମ୍ 

ନୂଆଦିଲ୍ଲୀ ୦୪/୦୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଦମଦାର୍ ପ୍ରଦର୍ଶନ ଜାରି ରଖିଛି । ଦଳ ବୁଧବାର ବିଳମ୍ବିତ ରାତ୍ରରେ ଖେଳାଯାଇଥିବା ମୁକାବିଲାରେ ବାରବାଡୋସକୁ ୧୦୦ ରନରେ ମାତ୍ ଦେଇଛି । ଏହି ବିଜୟ ସହ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା କ୍ରିକେଟର ସେମିଫାଇନାଲରେ ଏଣ୍ଟ୍ରି କରିଛି । ଗ୍ରୁପ୍-ଏରେ ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରି ସାରିଥିଲା । ଏବେ ଭାରତ ୪ ପଏଣ୍ଟ ସହ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ସେହିପରି ଗ୍ରୁପ-ବିରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲ ପାଇଁ କ୍ଲାଲିଫାଏ କରିଛି । ଉଭୟ ଦଳ ଆହୁରି ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । କିନ୍ତୁ ଉଭୟ ଦଳ ଖେଳିଥିବା ଦୁଇଟି ଲେଖାଏଁ ମୁକାବିଲା ଜିତିଛନ୍ତି । ଅନ୍ୟ ଦୁଇ ଟିମ୍ ସବୁ ମ୍ୟାଚରେ ପରାସ୍ତ ହୋଇଛନ୍ତି । 

Leave A Reply

Your email address will not be published.