କାବୁଲ ମସଜିଦରେ ଭୟଙ୍କର ବିସ୍ଫୋରଣ : ୮ ମୃତ, ୧୮ ଗୁରୁତର

ନୂଆଦିଲ୍ଲୀ ୦୬/୦୮: ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ । ଶୁକ୍ରବାର ଆଫଗାନିସ୍ତାନର ରାଜଧାନୀ କାବୁଲ ବିସ୍ଫୋରଣରେ ଥରିଛି । ଏକ ମସଜିଦରେ ବୋମା ଫୁଟି ୮ ଜଣ ପ୍ରାଣ ହରାଇଛନ୍ତି । ଏଥିପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସ ନିଜକୁ ଦୀୟୀ କରିଛି । ତେବେ ଏହି ବିସ୍ଫୋରଣ ମହିଳାଙ୍କୁ ଟାର୍ଗେଟ୍ କରି କରାଯାଇଥିଲା । ଘଟଣାରେ ପୀଡିତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ରିପୋର୍ଟ ଅନୁସାରେ, କାବୁଲର ପଶ୍ଚିମ ପ୍ରାନ୍ତରେ ଥିବା ଏକ ମସଜିଦରେ ବିସ୍ଫୋରଣ ହୋଇଥିଲା । ଏଥିରେ ହଜାରା ଓ ସିୟା ସମ୍ପ୍ରଦାୟକୁ ଟାର୍ଗେଟ୍ କରାଯାଇଥିଲା । ଏହାମଧ୍ୟରୁ ଗୋଟିଏ ବିସ୍ଫୋରଣ ଇମାମ ମହମ୍ମଦ ଓ୍ୱାକେର ଉପରେ ହୋଇଥିଲା । ଯାହା କାବୁଲର ସର-ଏ-କରିଜ୍ ଅଞ୍ଚଳରେ ରହିଛି । କାବୁଲର ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତାହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଏଠାରେ ଅଧିକ ସିୟା ମୁସଲିମ ବସବାସ କରନ୍ତି । ଆଫଗାନ୍ ପୋଲିସର କହିବାନୁସାରେ, ଅଘଟଣରେ ୮ ଜଣଙ୍କ ଜୀବନ ଯାଇଛି । ୧୮ ଜଣ ଗୁରୁତର ହୋଇଛନ୍ତି । ସେପଟେ ଆଇଏସ କିନ୍ତୁ ନିଜ ବୟାନରେ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି । କାବୁଲ ପୋଲିସ ମୁଖପାତ୍ର ଖଲିଦ ଜାଦରାନ କହିଛନ୍ତି ଯେ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା । ଅଘଟଣ ସମୟର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଲୋକେ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସିୟା ମୁସଲିମଙ୍କ ଉପରେ ଲଗାତର ଆକ୍ରମଣ ବଢୁଛି । ସେମାନେ ଏଠାରେ ସଂଖ୍ୟାଲଘୁ ଶ୍ରେଣୀର ଅଟନ୍ତି ।  

Leave A Reply

Your email address will not be published.