ବିହାରରେ ସରକାରି ଅଫିସରଙ୍କ ଘରୁ ବାହାରିଲା ୪ କୋଟି ଟଙ୍କା; ଚାଲିଛି ଭିଜିଲାନ୍ସ ଚଢାଉ

ପଟନା: ପ୍ରଥମେ ପଶ୍ଚିମବଙ୍ଗ, ପରେ ଦିଲ୍ଲୀ ଆଉ ଏବେ ବିହାରରେ ସିବିଆଇ ଓ ଇଡିର ଘନ ଘନ ଚଢ଼ାଉ। ନେତାଙ୍କ କଳା ଧନ ଖୋଜୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ବେଙ୍ଗଲରେ ନେତାଙ୍କ ପରେ ଏବେ ବିହାରର ସରକାରୀ ଅଫିସରଙ୍କ ଘରୁ ମିଳିଛି କୋଟି କୋଟି ଟଙ୍କା। ବିହାର ୩ ସରକାରୀ ଅଫିସରଙ୍କ ଘରେ ଚଢ଼ାଉ କରି ୪ କୋଟି ଟଙ୍କା ଜବତ କରିଛି ବିଜିଲାନ୍ସ ଇନ୍‌ଭେଷ୍ଟିଗେସନ ବ୍ୟୁରୋ ବା ବିଆଇଭି। କିଶନଗଞ୍ଜ ପିଡବ୍ଲୁଡି କାର୍ଯ୍ୟକାରୀ ଇଞ୍ଜିନିୟର ସଞ୍ଜୟ କୁମାର ରାୟଙ୍କର ପାଟନା ଓ କିଶନଗଞ୍ଜରେ ଥିବା ବିଭିନ୍ନ ଠିକଣାରେ ଏକା ସାଙ୍ଗରେ ଚଢାଉ କରିଥିଲେ ବିଆଇଭି ଟିମ୍। ଚଢ଼ାଉ ଖବର ପାଇଁ ସଞ୍ଜୟ ଟଙ୍କାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ତେବେ ଭିଜିଲାନ୍ସ ଟିମ୍‌ ପୂରା ଖାନତଲାସି କରିବା ପରେ ସଞ୍ଜୟଙ୍କର କିଶନଗଞ୍ଜ ଘରୁ ୩ କୋଟି ଜବତ କରିଥିବା ବେଳେ ସମାନ ସମୟରେ ପାଟନାରେ ଥିବା ତାଙ୍କ ଘରୁ ୧ କୋଟି ଜବତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଏବେ ବି ଘଟଣା ସ୍ଥଳରେ ଚଢ଼ାଉ ଜାରି ରହିଛି। ଟଙ୍କା ଗଣିବା ପାଇଁ ମେସିନ ଅଣାଯାଇଛି। ବଡ଼ ବାବୁ ଆହୁରି ଆୟ  ବହିର୍ଭୁତ ସମ୍ପତ୍ତି ରଖିଥାଇ ପାରନ୍ତି ବୋଲି ଭିଜିଲାନ୍ସ ସନ୍ଦେହ କରୁଛନ୍ତି। ତା ସହ ଅନ୍ୟ ଦୁଇ ଅଫିସରଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି।

Leave A Reply

Your email address will not be published.