ଝାଡ଼ଖଣ୍ଡରେ ରାଜନୈତିକ ସଂକଟ: ଆଜି ବସନ୍ତ ସୋରେନ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ

ଝାଡଖଣ୍ଡ ୨୯/୦୮: ଝାଡ଼ଖଣ୍ଡରେ ତିନିଦିନ ହେଲା ରାଜନୈତିକ ସଂକଟ ଜାରି ରହିଛି । ଏଭଳି ସ୍ଥିତିରେ ରବିବାର ଉପା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମହାମେଣ୍ଟର ୧୧ ବିଧାୟକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି, ରାଜ୍ୟପାଳଙ୍କର ଯଦି ଦମ୍‌ ଅଛି ରାଷ୍ଟ୍ରପତି ଶାସନ ଲାଗୁ କରନ୍ତୁ । ଆମେ ସବୁ ନିଷ୍ପତ୍ତି ପାଇଁ ପ୍ରସ୍ତୁତ ଅଛୁ । ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସାନଭାଇ ବସନ୍ତ ସୋରେନ୍‌ଙ୍କ ବିଧାୟକ ପଦକୁ ନେଇ ରାଜ୍ୟପାଳ ରମେଶ ବୈଶଙ୍କ ରାୟକୁ ଅପେକ୍ଷା ରହିଛି । ଶନିବାର ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଘୋଷଣା ହୋଇଥିଲା।

Leave A Reply

Your email address will not be published.