ଆନ୍ନା ହଜାରେଙ୍କ ପତ୍ରର ଜବାବ ରଖିଲେ କେଜରିୱାଲ, ଅବକାରୀ ନୀତି ନେଇ ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୩୦।୮: ଦିଲ୍ଲୀ ମଦ ନୀତି ଉପରେ ଆନ୍ନା ହଜାରେ ଛିଡା କରିଥିବା ପ୍ରଶ୍ନର କେଜରିୱାଲ ମଙ୍ଗଳବାର ଜବାବ ରଖିଛନ୍ତି। ଏଥିରେ ବିଜେପି ଜାଣି ଶୁଣି ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଉଥିବା କେଜରିୱାଲ କହିଛନ୍ତି। ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଆମ ଆଦମୀ ପାର୍ଟିର ଅବକାରୀ ନୀତିରେ ଆହତ ହୋଇ କେଜରିୱାଲଙ୍କୁ ପତ୍ର ଲେଖିଥିଲେ। ଏଥିରେ ପ୍ରଥମେ କେଜରିୱାଲ ମଦର ବିରୋଧୀ ଥିଲେ ଓ ବଡ଼ ବଡ଼ କଥା କହୁଥିଲେ ଏବେ ନିଜେ କିପରି ମଦ ବେପାର କରୁଥିଲେ ବୋଲି ପ୍ରଶ୍ନ କରିଥିଲେ। ବୋଧ ହୁଏ ‘ଆପ’ ଉପରେ ମଧ୍ୟ କ୍ଷମତା ନିଶା ଚଢି ଯାଇଛି ବୋଲି ଆନ୍ନା ହଜାରେ ଚିଠିରେ ଉଲ୍ଲେଖ କରିଥିଲେ। ଏହାର ଜବାବରେ କେଜରିୱାଲ କହିଛନ୍ତି ଯେ ମଦ ନୀତି ଉପରେ ବିଜେପିର ଅଭିଯୋଗ କାମ ଦେଲାନି, ଏଣୁ ଆନ୍ନାଙ୍କୁ ନେଇ ଆସିଛି। ଏବେ ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବାକୁ ଉଦ୍ୟମ କରୁଛି ଦଳ। ଏହା ପୂର୍ବରୁ କୁମାର ବିଶ୍ୱାସଙ୍କୁ ନେଇ ଆସିଥିଲେ। କହିଥିଲେ ଆପ୍ ଖାଲିସ୍ତାନ ସମର୍ଥକ। ବିଜେପି କହୁଛି ମଦନୀତିରରେ ଦୁର୍ନୀତି ହୋଇଛି। ତେବେ ସିବିଆଇ କହିଛି କୌଣସି ଅନିୟମିତତା ନାହିଁ। ଏଣୁ ଜନତା ଏବେ ବିଜେପି କଥା ଶୁଣୁ ନଥିବାରୁ ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟେଇବାକୁ ଉଦ୍ୟମ କରୁଥିବା କେଜରିୱାଲ କହିଛନ୍ତି।

Leave A Reply

Your email address will not be published.