କାଜୁ ଜଙ୍ଗଲରୁ ମିଳିଲା ନରକଙ୍କାଳ

ବାଙ୍କି ୧୫।୦୯ : କାଜୁ ଜଙ୍ଗଲରୁ ନରକଙ୍କାଳ ଠାବ । ବାଙ୍କି ଥାନା କୁସୁପଙ୍ଗି-ଚକୁଳେଶ୍ୱର ଗାଁ ମଧ୍ୟରେ ଥିବା ଆଶ୍ରମ ନିକଟରୁ ଏହି ନରକଙ୍କାଳ ଠାବ ହୋଇଛି । ଏବେ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇନଥିବାବେଳେ ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଜାଳେଣି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନରକଙ୍କାଳ ପଡିଥିବା ଦେଖିଥିଲେ ମହିଳା । ଏହାପରେ ତୁରନ୍ତ ଆସି ସ୍ଥାନୀୟଲୋକଙ୍କୁ କହିଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଏବେ ଯାଏଁ ନରକଙ୍କାଳ ନେଇ କିଛି ସବିଶେଷ ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । କିନ୍ତୁ ଶବଟି ବହୁ ଦିନର ବୋଲି ଅନୁମାନ କରାଯାଉଛି । ମୃତଦେହ ନିକଟରେ ଏକ ଗଛରେ ଗାମୁଛା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବାବେଳେ ତାର ଶରୀରର ହାଡ, ମୁଣ୍ଡଖପୁରୀ, ଜିନ ପ୍ୟାଣ୍ଟ୍ ତଳେ ପଡ଼ିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି  ତାଲବସ୍ତ ଫାଣ୍ଡି ଅଧିକାରୀ ଅମରେଶ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.