ବଢ଼ିଲା ବିପଦ: ୟୁକ୍ରେନ୍‌ ନାଟୋରେ ମିଶିଲେ ତୃତୀୟ ବିଶ୍ୱ ଯୁଦ୍ଧ ନିଶ୍ଚିତ ବୋଲି ଚେତାଇଲା ଋଷ

ନୂଆଦିଲ୍ଲୀ: ରୋକିବାକୁ ଶତ ଚେଷ୍ଟା ପରେ ବି ଋଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ଆହୁରି ଭୟଙ୍କର ହେଉଛି। ଏହି ଯୁଦ୍ଧ ତୃତୀୟ ବିଶ୍ୱ ଯୁଦ୍ଧକୁ ଡାକି ନ ଆଣୁ ସେହି ଭୟ ସମସ୍ତଙ୍କୁ ଘାରିଲାଣି। ଏପର୍ଯ୍ୟନ୍ତ ତୃତୀୟ ବିଶ୍ୱ ଯୁଦ୍ଧ ନେଇ ଆଶଙ୍କା କରାଯାଉଥିଲା। ହେଲେ ଏବେ ନିଜେ ଋଷ ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଇଛି। ଯଦି ୟୁକ୍ରେନ୍ ଆମେରିକା ନେତୃତ୍ୱାଧିନ ‘ନାଟୋ’ ଆର୍ମି ସଂଗଠନରେ ଯୋଗ ଦିଏ ତେବେ ତୃତୀୟ ବିଶ୍ୱ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଋଷ କହିଛି। ଏନେଇ ଋଷୀୟ ଖବର ସରବରାହ ସଂସ୍ଥା ଟାସ୍(TASS)ରେ ଖବର ପ୍ରକାଶ କରିଛି। ଗୁରୁବାର ଋଷୀୟ ସୁରକ୍ଷା ପରିଷଦର ଡେପୁଟି ସେକ୍ରେଟେରୀ ଆଲେକ୍ସାଣ୍ଡର ଭେନେଡିକ୍ଟୋଭା କହିଛନ୍ତି “ କିଏଭ୍ ଏକଥା ଜାଣିଛି ଯେ ଏଭଳି ପଦକ୍ଷେପ ନିଶ୍ଚିତପକ୍ଷେ ତୃତୀୟ ବିଶ୍ୱ ଯୁଦ୍ଧକୁ ଡାକିଆଣିବ।”    ୟୁକ୍ରେନ୍ ଉପରେ ଋଷ ଆକ୍ରମଣ ଜାରି ରଖିଛି। ନିକଟରେ ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିଛି। ଏହାପରେ ୟୁକ୍ରେନ୍ ନାଟୋରେ ମିଶିବା ନେଇ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି। ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟାରେ ନାଟୋ ସଦସ୍ୟ ହେବା ପାଇଁ ୟୁକ୍ରେନ୍ ଆବେଦନ କରିଛି। ନାଟୋରେ ସଦସ୍ୟ ହେବା ପାଇଁ ଏହାର ସମସ୍ତ ୩୦ଟି ସଦସ୍ୟ ରାଷ୍ଟ୍ର ସହମତି ଦେବା ଉଚିତ୍। ହେଲେ ଏଭଳି ସ୍ଥିତିରେ ସମସ୍ତ ସଦସ୍ୟ ରାଷ୍ଟ୍ର ରାଜି ହେବା ଏକପ୍ରକାରର ଅସମ୍ଭବ ଲାଗୁଛି।

Leave A Reply

Your email address will not be published.