ପୁଣି ଥରେ ଟାର୍ଗେଟ୍ କିଲିଂ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପୁଣି ଥରେ ଟାର୍ଗେଟ୍ କିଲିଂ କରିଛନ୍ତି। ସୋପିଆନ ଜିଲ୍ଲାରେ ଜଣେ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତକ ହେଉଛନ୍ତି କାଶ୍ମୀର ପଣ୍ଡିତ ପୁରନ କୃଷ୍ଣ ଭଟ୍ଟ। ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପାଇଁ ଅଦ୍ୟାବଧି କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ସୁରକ୍ଷାବଳ ଅଞ୍ଚଳକୁ ଘେରାବନ୍ଦୀ କରି ହତ୍ୟାକାରୀଙ୍କ ସନ୍ଧାନରେ ଜୁଟିଛନ୍ତି। ଦୁଇରୁ ତିନି ଆତଙ୍କୀ ଏହି ଘଟଣା ଘଟାଇଥିବା କୁହାଯାଉଛି। କାଶ୍ମୀର ଜୋନ ପୋଲିସ୍ ଟୁଇଟ୍ କରି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। କେଉଁ ସଂଗଠନ ଟାର୍ଗେଟ୍ କିଲିଂ ଘଟଣା ଘଟାଇଛି ଏହି ବିଷୟରେ ପୋଲିସ ନିକଟରେ କୌଣସି ସୂଚନା ନାହିଁ। ପୋଲିସ୍ କହିଛି କାଶ୍ମୀର ପଣ୍ଡିତ ପୁରନ କୃଷ୍ଣ ଭଟ୍ଟଙ୍କୁ ଗୁଳି ହତ୍ୟା କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆତଙ୍କବାଦୀ ପୁରନ କୃଷ୍ଣଙ୍କୁ ତାଙ୍କ ବାସଭବନ ନିକଟରେ ପଛପଟୁ ଗୁଳି ମାରିଥିଲେ। ସେ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ସେ ତାଙ୍କ ପଛରେ ଦୁଇ ପିଲା ଏବଂ ପତ୍ନୀଙ୍କୁ ଛାଡି ଚାଲିଗଲେ ବୋଲି ପଡୋଶୀ କହିଛନ୍ତି।

Leave A Reply

Your email address will not be published.