ଆଉ ନାହାନ୍ତି ପ୍ରସିଦ୍ଧ ଲେଖକ ଟିପି ରାଜୀବନ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

ମୁମ୍ଵାଇ ୦୪।୧୧: ପ୍ରସିଦ୍ଧ ମାଲାୟାଲମ୍ ଏବଂ ଇଂରାଜୀ ଭାଷା କବି, ଉପନ୍ୟାସିକ ତଥା ସ୍କ୍ରିନ୍ ରାଇଟର୍ ଟି.ପି ରାଜୀବଙ୍କ ଦେହାନ୍ତ। ବୁଧବାର ବିଳମ୍ବିତ ରାତିରେ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ପାଖାପାଖି ୬୩ ବର୍ଷ ହୋଇଥିଲା।  ପରିବାର ସୂତ୍ରରୁ ପ୍ରକାଶ ଯେ ରାଜୀବ କିଛି ସମୟ ହେବ କିଡନୀ ସମ୍ବନ୍ଧୀୟ ରୋଗରେ ଚିକିତ୍ସିତ ହେଉଥିଲେ। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଲେଖକଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। ସାହିତ୍ୟ କ୍ଷେତ୍ରରେ ‘ଟିପି’ ଭାବରେ ଜଣାଶୁଣା ରାଜୀବନ୍ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନଜନକ ସାହିତ୍ୟ ପୁରସ୍କାର ପାଇଥିଲେ। ସେ କବିତା, ଉପନ୍ୟାସ, ଭ୍ରମଣ, ସ୍କ୍ରିପ୍ଟ ଲେଖା ସହିତ ସାହିତ୍ୟର ବିଭିନ୍ନ ଧାରା ପାଇଁ ଅତୁଳନୀୟ ଅବଦାନ ରଖିଥିଲେ । ରାଜୀବଙ୍କ ପ୍ରମୁଖ ଉପନ୍ୟାସରେ ‘ପଲେରିମାଣିକ୍ୟମ୍ ଓରୁ ପାଥିରା କୋଲାପାଥାକମ୍’, ‘କେଟିଏନ୍ କୋଟୁର: ଏଜୁଥମ୍ ଜୀବଥାବମ୍’, ‘କ୍ରିଶେଶମ୍’ ସାମିଲ୍‌। ସମାନ ନାମର ଏକ ଚଳଚ୍ଚିତ୍ର ‘ପଲେରିମାଣିକ୍ୟମ୍’ରେ ମଧ୍ୟ ନିର୍ମିତ ହୋଇଥିଲା ।ଯେଉଁଥିରେ ଭେଟେରାନ୍ ଅଭିନେତା ମମୁତି ମୁଖ୍ୟ ଭୂମିକାରେ ଥିଲେ।ରାଜୀବନ୍ ତାଙ୍କର ଉପନ୍ୟାସ ‘KTN Kottur: Ezhuthum Jeevathavam’ ପାଇଁ ୨୦୧୪ରେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ଜିତିଥିଲେ।

Leave A Reply

Your email address will not be published.