ନାସାର ପୁଣି ଟଳିଲା ଚନ୍ଦ୍ରମା ମିଶନ

ନୂଆଦିଲ୍ଳୀ, ୦୯/୧୧: ପୁଣି ଟଳିଲା ନାସାର ଚନ୍ଦ୍ରମା ମିଶନ। ଅନେକ ଦିନରୁ ଅପେକ୍ଷିତ ନାସାର ଚନ୍ଦ୍ରମା ମିଶନକୁ ମଙ୍ଗଳବାର ପୁଣି ଥରେ ଘୁଞ୍ଚାଯାଇଛି। ଏଥର ଘୂର୍ଣ୍ଣିଝଡ଼ ନିକୋଲ ଯୋଗୁଁ ରକେଟ ଲଞ୍ଚରେ ବାଧା ଉପୁଜିଛି। ଏନେଇ ନାସା ଅଧକାରୀ ସୂଚନା ଦେଇଛନ୍ତି । ଏହା ସହ ଲଞ୍ଚକୁ ୧୪ ନଭେମ୍ବରରୁ ୧୬ ନଭେମ୍ବରକୁ ଘୁଞ୍ଚାଯାଇଥିବା ନେଇ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ଏହା ତୃତୀୟ ଥର ଯେତେବେଳେ ନାସାର ଏହି ବହୁ ପ୍ରତୀକ୍ଷିତ ମିଶନ ଲଞ୍ଚକୁ ଘୁଞ୍ଚାଯାଇଛି। ସପଟେ କେନେଡୀ ସ୍ପେସ ସେଣ୍ଟର ଆଖପାଖରେ ଏକ ଘୂର୍ଣ୍ଣଝଡ଼ର ଚେତାବନୀ ଜାରି କରାଯାଇଛି, ଯେଉଁଠାରେ ନାସାର ଏହି ଶକ୍ତିଶାଳୀ ଲଞ୍ଚ ହେବାର ଅଛି। ନିକୋଲ ଶକ୍ତି ବଢ଼ିବା ସହ ନାସା ବୁଧବାର ୧୬ ନଭେମ୍ବରରେ ଆର୍ଟେମିସ୍ ୧ ମିଶନ ପାଇଁ ପ୍ରକ୍ଷେପଣଙ୍କୁ ପୁଣି ଥରେ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। ଏକ ବୟାନରେ କୁହାଯାଇଛି ଯେ କର୍ମଚାରୀଙ୍କ ସୁରକ୍ଷିତ ଭାବରେ କାମକ ଫେରିବା ପରେ ଏବଂ ଝଡ଼ ପରେ ନିରୀକ୍ଷଣ କରାଯାଇ ଏହାର ଲଞ୍ଚ କରାଯିବ। ନାସା ତରଫରୁ କୁହାଯାଇଛି ଯେ ୧୬ ନଭେମ୍ବରରେ ଲଞ୍ଚ କରାଯିବାକୁ ଯୋଜନା ରହିଛି। ଏହା ସହ ୧୯ ନଭେମ୍ବରର ମଧ୍ୟ ଆଉ ଏକ ବିକଳ୍ପ ତାରିଖ ରଖାଯାଇଛି। ସୂଚନାଯୋଗ୍ୟ, ଯାନ୍ତ୍ରିକ ସମସ୍ୟା ଯୋଗୁଁ ଚଳିତ ବର୍ଷ ଦୁଇ ଦୁଇ ଥର ଏହାର ଲଞ୍ଚକୁ ଘୁଞ୍ଚାଯାଇଥିଲା।

Leave A Reply

Your email address will not be published.