ଅଟୋରୁ ଗଞ୍ଜେଇ ଜବତ, ଦୁଇ ଗିରଫ

ଚଣ୍ଡିଖୋଲ ୦୯।୧୧ : ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣ ନିକଟରୁ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ,  ଦୁଇ ଜଣ ଯୁବକ ଭୁବନେଶ୍ୱରରୁ ଏକ ଅଟୋରେ ବସ୍ତା ଗଞ୍ଜେଇ ଭର୍ତ୍ତି କରି ବଡ଼ଚଣା ଆସିଥିଲେ । ସେଠାରେ ସେ ଦର୍ପଣ ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ପୋଲିସ କୌଣସି ସୁତ୍ରରୁ ଖବର ପାଇ ଅଟୋକୁ ଅଟକାଇଥିଲା । ପୋଲିସ ଭ୍ୟାନ୍‌ ଦେଖି ଅଟୋ ଚାଳକ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ଅଟୋରେ ଥିବା ଗଞ୍ଜେଇକୁ ଜବତ କରିଥିଲା । ମୋଟ ୨୧ କେଜିର ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହାସହିତ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୀ ଜିଲ୍ଲା ହୋଇଥିବା ବେଳେ ଆଉ ଜଣେ ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାକେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଳତାଡ଼ କରୁଛି ବଡ଼ଚଣା ପୋଲିସ ।

Leave A Reply

Your email address will not be published.