ପୁଣି ଚିଠି ଲେଖିଲେ ସୁକେଶ, ଅନ୍ୟ ଜେଲକୁ ସିଫ୍ଟ କରିବାକୁ କଲେ ଦାବି

ମୁମ୍ଵାଇ ୧୦।୧୧: ଠକ୍‌ ସୁକେଶ ଚନ୍ଦ୍ରଶେଖର ଗତ କିଛି ଦିନ ହେବ ଆଲୋଚନାରେ ରହି ଆସିଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସସେନାଙ୍କୁ ଆଉ ଏକ ଚିଠି ଲେଖିଛନ୍ତି। ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ବାହାରେ ଥିବା ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ସୁକେଶ ଦାବି କରିଛନ୍ତି। ଆମ୍ ଆଦମୀ ଦଳର ନେତାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସେ କ୍ରମାଗତ ଭାବରେ ଧମକ ଦେଉଛନ୍ତି । ଏବଂ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି ବୋଲି ସୁକେଶ ଅଭିଯୋଗ କରିଛନ୍ତି। ଏଲଜିଙ୍କୁ ଲେଖିଥିବା ଚିଠିରେ ସୁକେଶ ଅଭିଯୋଗ କରିଛନ୍ତି ଯେ ଜେଲ ଭିତରେ CRPF କର୍ମଚାରୀ ତାଙ୍କୁ ହଇରାଣ କରୁଛି।

Leave A Reply

Your email address will not be published.