ଗୁଜରାଟ ପାଇଁ ବିଜେପି ଜାରି କଲା ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା,

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାର କରିଛି ବିଜେପି । ଏହି ତାଲିକାରେ ଛଅ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହା ପୂର୍ବରୁ ବିଜେପି ପ୍ରଥମ ତାଲିକା ଜାରି କରି ୧୬୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଶନିବାର ବିଜେପି ପକ୍ଷରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏଥିରେ ସୌରାଷ୍ଟ୍ରରୁ ଚାରି ଏବଂ ଦକ୍ଷିଣ ଗୁଜରାଟର ଦୁଇଟି ଆସନ ସାମିଲ ରହିଛି । ଧୋରାଜୀ, ଖମ୍ୱାଲିଆ, କୁତିୟାନା, ଭାଭନଗର ଇଷ୍ଟ, ଦେଡିଆପଡା(ଏସଟି), ଚୌରୟାସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ୱର ୧୦ରେ ବିଜେପି ନିଜ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଥିଲା । ଏଥିରେ ୧୬୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା । ଏହି ଲିଷ୍ଟରେ ସିଏମ ଭୂପେନ୍ଦ୍ର ପଟେଲଙ୍କୁ ଧାଟଲୋଢିଆ ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି । ଅନ୍ୟପଟେ, କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାଭାଙ୍କୁ ଜାମନଗର ଉତ୍ତରରୁ ଦଳ ଟିକେଟ ଦେଇଛି । ବର୍ତ୍ତମାନ ସମୟରେ ବିଧାୟକ ଥିବା ୬୯ ଜଣଙ୍କୁ ଦଳ ରିପିଟ୍ କରିଥିବା ବେଳେ ୩୦ ବିଧାୟକଙ୍କୁ ଟିକେଟ୍ ଦେଇନାହିଁ ।  

Leave A Reply

Your email address will not be published.