ଭାରସାମ୍ୟ ହରାଇ ଓଲଟିଲା ଅଟୋ, ତିନି ଗୁରୁତର

ଧର୍ମଗଡ଼ ୧୪।୧୧ : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚୋର ନିଦୁଆର ଗାଁରୁ ଧନଶୂଳିକୁ ଅଟୋରେ କିଛି ଯାତ୍ରୀ ଯାଉଥିଲେ । ଏହି ସମୟରେ ଅଟୋଟି କୁସୁମଖୁଣ୍ଟି ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଅଟୋରେ ଥିବା ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଜାରି ରହିଛି । କୋକସରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.