ଗଞ୍ଜାମରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ

ଖଲ୍ଲିକୋଟ ୧୬/୧୧: ଗଞ୍ଜାମ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମଗ୍ର ଶିକ୍ଷା ସମ୍ମଳନୀ କକ୍ଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଛତ୍ରପୁର ପ୍ରେସ କ୍ଲବର ମିଳିତ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅରୁଣ କୁମାର ଶତପଥୀ ସଭା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ବୃକ୍ଷକୁ ପାଣି ଦେଇ ସଭା ଆରମ୍ଭ କରାଯାଇଥିଲା। ଏହି ଦିବସରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ପ୍ରେସ ସଂଘର ସଭାପତି ପ୍ରଶାନ୍ତ ମହାରଣା, ସମ୍ପାଦକ ସନ୍ତୋଷ ପାଢ଼ୀ, ଉପଦେଷ୍ଟା ଶ୍ରୀକାନ୍ତ ମହାନ୍ତି, ସୁଧୀର ନାହାକ, ନାରାୟଣ ମହାଙ୍କୁଡ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ସାମ୍ୱାଦିକମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ସ୍ଵଗତ କୃପାସିନ୍ଧୁ ପଣ୍ଡାଙ୍କ ଦେହାନ୍ତରେ ଦୁଇ ମିନଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସାମ୍ୱାଦିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.