ରବିନ୍ଦ୍ର ଜାଡେଜାଙ୍କ ନୂଆ ପୋଷ୍ଟ, ସୋସିଆଲ୍‌ ମିଡିଆରେ ଲେଖିଲେ- ସବୁ ଠିକ୍‌ ଠାକ୍‌

ମୁମ୍ବାଇ ୧୬।୧୧ : ବାଦ ବିବାଦର ହେଲା ଅନ୍ତ । ସିଏସ୍‌କେ ଟିମ୍‌ରେ ପୁଣି ଥରେ ସାମିଲ୍‌ ହେଲେ ଷ୍ଟାର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା । ଚେନ୍ନାଇ ପ୍ରାଞ୍ଚାଇଜ୍‌ ପୁଣି ଥରେ ରବିନ୍ଦ୍ର ଜାଡେଜାଙ୍କୁ ରିଟେନ୍‌ ଖେଳାଳି ଭାବେ ସାମିଲ୍‌ କରିଛି । ଯାହାକୁ ନେଇ ରବିନ୍ଦ୍ର ଜାଡେଜା ସୋସିଆଲ୍‌ ମିଡିଆରେ ଏକ ମଜାଲିଆ ପୋଷ୍ଟ କରିଛନ୍ତି । ୨୦୨୨ରେ ଚେନ୍ନାଇ ପ୍ରାଞ୍ଚାଇଜ୍‌ ଜାଡେଜାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେଇଥିଲା । ହେଲେ ସିଜିନ୍‌ର ଅଧାରୁ ଜାଡେଜା ଟିମ୍‌ର ଅଧିନାୟକ ପଦ ଛାଡିଦେଇଥିଲେ । ଏହାପରେ ଧୋନିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଟିମ୍‌ ଏହି ସିଜିନ୍‌ରେ ସେତେଟା ଭଲ ପ୍ରଦର୍ଶନ କରିପାରନିଥିଲା । ଯାହାଫଳରେ ଟିମ୍‌ର ସେମି ଆଶା ଆଶାରେ ରହିଯାଇଥିଲା । ତେବେ ଆଇପିଏଲ୍‌ର ୨୦୨୨ ସିଜିନ୍‌ ପରେ ପ୍ରାଞ୍ଚାଇଜ୍‌ ସହ ଜାଡେଜାଙ୍କ ସଂପର୍କରେ ଖଟା ଆସିଥିଲା ବୋଲି ଚର୍ଚ୍ଚା ହେଉଥିଲା । ଏପିରିକି ଜାଡେଜା ନିଜ ସୋସିଆଲ୍‌ ମିଡିଆରୁ ଚେନ୍ନାଇ ଟିମ୍‌ ସହିତ ସମସ୍ତ ଫଟୋକୁ ଡିଲିଟ୍‌ କରିଦେଇଥିଲେ । ଏହାପରେ ସେ ଚେନ୍ନାଇ ଟିମ୍‌ ଛାଡିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା । ହେଲେ ସମସ୍ତ ଚର୍ଚ୍ଚାରେ ଅନ୍ତ ହୋଇଛି। ଚେନ୍ନାଇ ଟିମ୍‌ ପୁଣି ଥରେ ରବିନ୍ଦ୍ର ଜାଡେଜାଙ୍କୁ ରିଟେନ୍‌ ଖେଳାଳିଙ୍କ ତାଲିକାରେ ସାମିଲ କରିଛି । ଧୋନିଙ୍କ ପରେ ସେ ୨ୟ ଖେଳାଳି । ଯିଏ ଚେନ୍ନାଇ ଟିମ୍‌ର ପାଓ୍ୱାର ହାଉସ୍‌ ବୋଲି ଚର୍ଚ୍ଚା ହେଉଛି । ତେବେ ଏସବୁ ଭିତରେ ରବିନ୍ଦ୍ର ଜାଡେଜା ସୋସିଆଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ସେ ଧୋନିଙ୍କ ସହିତ ନଜର ଆସିଛନ୍ତି । ଫଟୋ କ୍ୟାପସନରେ ଜାଡେଜା ଲେଖିଛନ୍ତି ଯେ, ଏଭ୍ରିନ୍ଥିଙ୍ଗ ଇଜ୍‌ ଫାଇନ୍‌, ରିଷ୍ଟାର୍ଟ ।

Leave A Reply

Your email address will not be published.