ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌କୁ ଫେରିବେ କି ସୁରେଶ ରୈନା

ମୁମ୍ବାଇ ୧୭।୧୧ : ବଦଳୁଛି ସମୀକରଣ । ପୁଣି ଥରେ ଏକାଠି ହେବେ କି ଚେନ୍ନାଇ ସୁପର କିଙ୍ଗସ୍‌ର ପରିବାର । ପ୍ରଥମେ ଧୋନିଙ୍କୁ ଅଧିନାୟକ ପଦ, ଆଉ ପରେ ରବିନ୍ଦ୍ର ଜାଡେଜାଙ୍କ କମ୍‌ବ୍ୟାକ୍‌ । ଏହାରି ଭିତରେ ଆଉ ଏକ କଥା ଚର୍ଚ୍ଚା ହେଉଛି । ବିସ୍ଫୋରକ ବ୍ୟାଟସମ୍ୟାନ୍‌ ସୁରେଶ ରୈନା ପୁଣି ଥରେ ଚେନ୍ନାଇ ଡ୍ରେସିଂ ରୁମ୍‌ରେ ଦେଖିବାକୁ ମିଳିବ । ଏନେଇ ମାନସ ମନ୍ଥନ ଚାଲିଛି । ଖୁବଶୀଘ୍ର ଏନେଇ କିଛି ବି ଘୋଷଣା ହୋଇପାରେ । ଖବର ଅନୁଯାୟୀ, ଚେନ୍ନାଇ ଟିମ୍‌ ନିଜର ରିଟେନ୍‌ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହାଭିତରେ ଧୋନି, ଜାଡେଜାଙ୍କ ବ୍ୟତୀତ ଅନ୍ୟ ଖେଳାଳି ସାମିଲ ଅଛନ୍ତି । ତେବେ ଚେନ୍ନାଇ ଟିମ୍‌ର ରିଟେନ୍‌ ତାଲିକା ପ୍ରକାଶ ପରେ ଜାଡେଜା  ଧୋନିଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖିଥିଲେ, ସବୁ କିଛି ଠିକ୍‌ ଠାକ୍‌ । ଯାହାକୁ କମେଣ୍ଟ ଦେଇଥିଲେ ସୁରେଶ ରୈନା । ସେ କମେଣ୍ଟରେ ଲେଖିଥିଲେ କି,ଚେନ୍ନାଇ  ଟିମ୍‌ ଏକ ପରିବାର ପରି… । ସୁରେଶ ରୈନାଙ୍କ ପୋଷ୍ଟରେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଫିସିଆଲ୍‌ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଟିମ୍‌ ଲେଖିଥିଲେ କି, ହଁ ହଁ ସମସ୍ତେ ସବୁବେଳ ପାଇଁ ପରିବାର

Leave A Reply

Your email address will not be published.